ETV Bharat / city

ଆଜି ଦକ୍ଷିଣ ମୋଡ ନେବ ତିନି ରଥ - ରଥଯାତ୍ରା

ଆଜି ଦକ୍ଷିଣ ମୋଡ ନେବ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଛିଡା ହୋଇଥିବା ତିନିରଥ । ଗତକାଲି ଶେଷ ହେଇଛି ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି । ଅଧିକ ପଢନ୍ତୁ...

ଆଜି ଦକ୍ଷିଣ ମୋଡ ନେବ ତିନି ରଥ
ଆଜି ଦକ୍ଷିଣ ମୋଡ ନେବ ତିନି ରଥ
author img

By

Published : Jul 17, 2021, 10:59 AM IST

ପୁରୀ: ଶେଷ ହେଇଛି ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି । ଆଜି ଦକ୍ଷିଣ ମୋଡ ନେବ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଛିଡା ହୋଇଥିବା ତିନିରଥ । ରଥଯାତ୍ରା ପରଠାରୁ ଉତ୍ତର ମୁହାଁ ହୋଇଛନ୍ତି ତିନି ରଥ । ଗତକାଲି ହେରାପଞ୍ଚମୀରେ ମା ଲକ୍ଷ୍ମୀ ଅଭିମାନରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ପରେ ଶେଷ ହେଇଥିଲା ହେରାପଞ୍ଚମୀ ନୀତି । ଶ୍ରୀମନ୍ଦିରକୁ ବାହୁଡିବା ପାଇଁ ଆଜି ଦକ୍ଷିଣ ମୋଡ ନେବ ତିନି ରଥ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ।

ଆଜି ଦକ୍ଷିଣ ମୋଡ ନେବ ତିନି ରଥ

ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞା ମାଳ ବିଜେ ହେବ । ପରେ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ୱାରରୁ ରଥ ତିନୋଟିକୁ ନାକଚଣା ଦ୍ୱାରକୁ ନିଆଯିବ । ଏହାକୁ ରଥ ଦକ୍ଷିଣ ମୋଡ଼ କୁହାଯାଏ । ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କର ଦିନ 12 ଟା 30 ସୁଦ୍ଧା ଆଜ୍ଞା ମାଳ ବିଜେ ହେବ । ପରେ ରଥର ଦକ୍ଷିଣ ମୋଡ଼ ହେବ ।

ଗତକାଲି ହେରାପଞ୍ଚମୀରେ ଶ୍ରୀମନ୍ଦିରରୁ ବିମାନରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଥିଲେ ମାଆ ମହାଲକ୍ଷ୍ମୀ । ଏହାପରେ ବନ୍ଦାପନା ଓ ସେବା ପୂଜା କରାଯାଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇବାରୁ ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.