ETV Bharat / city

ରଥଯାତ୍ରା ପାଇଁ 3ୟ ସମନ୍ବୟ ବୈଠକ ଅନୁଷ୍ଠିତ

author img

By

Published : Jun 13, 2019, 1:33 PM IST

Updated : Jun 13, 2019, 9:11 PM IST

ଆଗାମୀ ଜୁଲାଇ 4 ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଉ ଏଥିପାଇଁ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ଜଗନ୍ନାଥଧାମ । ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ପୁରୀ ଠାରେ ତୃତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରତୀକାତ୍ମକ ଫଟୋ

ପୁରୀ: ଆଗାମୀ ଜୁଲାଇ 4 ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହେବାରେ ଲାଗିଲାଣି ଶୀକ୍ଷେତ୍ରଧାମ ପୁରୀ । ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଭାବେ ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ଆଜି (ଗୁରୁବାର) ପ୍ରଶାସନ ପକ୍ଷରୁ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ତୃତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆର ଡିସି, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ପନୀୟଜଳ ଓ ପଞ୍ଚୟାତରାଜ ମନ୍ତ୍ରୀ, ବିଦ୍ୟୁତ ବିଭାଗ ମନ୍ତ୍ରୀ ଯୋଗ ଦେଇଥିଲେ । ତାଙ୍କଛଡା ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ ।

ଆଜିର ଏହି ବୈଠକରେ ମୁଖ୍ୟତଃ ରଥଯାତ୍ରାକୁ ନେଇ 16ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ରଥଯାତ୍ରାକୁ ଶୃଙ୍ଖଳିତ କରିବା, ରଥ ନିର୍ମାଣ, ରଥକାଠ ଯୋଗାଣ, ସ୍ବାସ୍ଥ୍ୟ ସେବା, ଜଳ ଯୋଗାଣ, ବିଦ୍ୟୁତ, ପରିମଳ, ପରିବହନ, ସୁରକ୍ଷା ବ୍ୟବସ୍ଥା ଆଦି ବିଷୟ ଉପରେ ଆଲୋଚନା ହୋଇଯାଇଛି ।

ରଥଯାତ୍ରାକୁ ଦୃଷ୍ଟିରେ ରଖି 200 ବସ, 192 ଟି ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଯିବ । ସେହିପରି 17 ଟି ସ୍ଥାନରେ ପାର୍କିଂ ନେଇ ବ୍ୟବସ୍ଥା ରହିବ । ବିଦ୍ୟୁତ, ପନୀୟଜଳ ଯୋଗାଣ ସମ୍ବନ୍ଧିତ ସମସ୍ୟା ଆସନ୍ତା ଜୁନ 25 ତାରିଖ ସୁଧା ସାରିବାକୁ ନିଷ୍ପତ୍ତି ହୋଇଛି । ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ମରାମତି ଜୁନ ମାସ ସୁଧା ଶେଷ ହେବ । ସେହିପରି ବଡ଼ ଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥା ସୁଗମ ନେଇ ବ୍ୟବସ୍ଥା ହେବ । ଚଳିତ ମାସ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶେଷ ସମନ୍ବୟ ବୈଠକରେ ଯୋଗ ଦେବେ ।

ତେବେ ଅନେକ କାର୍ଯ୍ୟ କରିବାରେ ପୁରୀ ପୌର ପାଳିକା, ସ୍ବସ୍ଥ୍ୟ ବିଭାଗ , ଜାତୀୟ ରାଜପଥ ବିଭାଗ ବିଳମ୍ବ କରିବାକୁ ନେଇ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ସଭାରେ ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ସାମ୍ବାଦିକମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ସବୁ ସମସ୍ୟା ଆସନ୍ତା 25 ତାରିଖ ସୁଧା ସାରିବାକୁ ନିଷ୍ପତ୍ତି ହୋଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରଥଯାତ୍ରା ନେଇ ତୃତୀୟ ସମନ୍ୱୟ ବୈଠକBody:ଜୁଲାଈ 4 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ତୃତୀୟ ସମନ୍ୱୟ ବୈଠକ ଆରଂଭ ହୋଇଛି। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ରେ ଏହି ବୈଠକ ଚାଲିଛି। ଆଇନ , ପଂଚାୟତ ରାଜ ଓ ପନିୟ ଜଳ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପୁରୀ ଜିଲାପାଳ , sp, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ସମେତ ବରିଷ୍ଠ ସେବାୟତ ଉପସ୍ଥିତ ରହିଛନ୍ତି। ରଥଯାତ୍ରା କୀଭଳି ଶୃଙ୍ଖଳା ରେ ହେବ ସେ ନେଇ ଆଲୋଚନା ହେଉଛି। ରଥ ନିର୍ମାଣ ,କାଠ ଯୋଗାଣ , ଜଳ ଯୋଗାଣ , ସ୍ୱାସ୍ତ୍ୟ ସେବା , ବିଦ୍ୟୁତ ସେବା, ରେଳ ସେବା, ସଡକ ସେବା , ପରିମଳ ବ୍ୟବସ୍ଥା , ସୁରକ୍ଷା ବ୍ୟବସ୍ଥା ଆଦି ଏକାଧିକ ପ୍ରମୂଖ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।Conclusion:ରଥଯାତ୍ରା ତୃତୀୟ ସମନ୍ୱୟ ବୈଠକ
Last Updated : Jun 13, 2019, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.