ETV Bharat / city

ବାଲୁକା କଳାରେ ବିଶ୍ୱର ସବୁଠୁ ବଡ଼ ବାଲୁକା ରଥ ନିର୍ମାଣ - Ratha Yatra

ଚଳିତବର୍ଷ ବିନା ଭକ୍ତରେ ପାଳିତ ହେବ ବିଶ୍ବ ପ୍ରସିଦ୍ଧ ରଥୟାତ୍ରା । ମହାପ୍ରଭୂଙ୍କ ରଥଯାତ୍ରା ପୂର୍ବରୁ ବିଶ୍ୱର ସବୁଠୁ ବଡ଼ ବାଲୁକା ରଥ ନିର୍ମାଣ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଘୋଷଯାତ୍ରା ଅବସରରେ ବାଲୁକା କଳାରେ ବିଶ୍ୱର ସବୁଠୁ ବଡ଼ ବାଲୁକା ରଥ ନିର୍ମାଣ

author img

By

Published : Jul 10, 2021, 11:00 PM IST

ପୁରୀ: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନେଇ ସରିଛି ପ୍ରସ୍ତୁତି ପ୍ରକ୍ରିୟା । ବିନା ଭକ୍ତରେ କୋଭିଡ କଟକଣାରେ ଚଳିତ ବର୍ଷ ପାଳିତ ହେବ ରଥଯାତ୍ରା । ତେବେ ଏହି ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରତିବର୍ଷ ଭଳି ରଥଯାତ୍ରା ଅବସରରେ ବାଲୁକା କଳା କରି ଏହି ଦିବସର ଅଭିନନ୍ଦନ ଦେଇଛନ୍ତି । ବିଶ୍ୱର ସବୁଠୁ ବଡ଼ ବାଲି ରଥ ନିର୍ମାଣ କରିଛନ୍ତି ସୁଦର୍ଶନ । 43 ଫୁଟ ଉଚ୍ଚତା ଓ 35 ଫୁଟ ଓସାର ରହିଛି ଏହି ବାଲି ରଥ ।

ଘୋଷଯାତ୍ରା ଅବସରରେ ବାଲୁକା କଳାରେ ବିଶ୍ୱର ସବୁଠୁ ବଡ଼ ବାଲୁକା ରଥ ନିର୍ମାଣ

ଯେଉଁଠି ମହାପ୍ରଭୁ ବିରାଜ ମାନ କରିଛନ୍ତି । ତେବେ ବିଶ୍ୱରେ ପ୍ରଥମ ଥର ପାଇଁ ସେ ବଡ଼ ବାଲି ରଥ ନିର୍ମାଣ କରିଥିବା ହେତୁ ଏହାକୁ ବିଭିନ୍ନ ରେକର୍ଡ ବୁକରେ ସ୍ଥାନ ଦେବା ପାଇଁ ଆବେଦନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ସେହିପରି କୋଭିଡ କଟକଣା ଥିବା ହେତୁ ରଥ ଯାତ୍ରା ଅୟୋଜନରେ ଜନସାଧାରଣ ସରକାର ଓ ପ୍ରଶାସନକୁ ସହଯୋଗ କରିବାକୁ ସୁଦର୍ଶନ ଅପିଲ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.