ETV Bharat / city

ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ଲାଗିବ ରୂପା କବାଟ, ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ - jagannath temple

ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ରୂପା କବାଟ ଲାଗିବା ନେଇ ସ୍ଥିତି ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ । ରୂପା ଛାଉଣୀ ହେବ ଶ୍ରୀମନ୍ଦିରର କଳାହାଟ, ଜୟବିଜୟ ଓ ବେହରଣ ଦ୍ବାର । ଆଜି ଏ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ୩ ଜଣିଆ ବିଶେଷଜ୍ଞ ଦଳ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ଲାଗିବ ରୂପା କବାଟ, ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ

author img

By

Published : Sep 23, 2020, 8:18 PM IST

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ରୂପା କବାଟ ଲାଗିବା ନେଇ ସ୍ଥିତି ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ । ରୂପା ଛାଉଣୀ ହେବ ଶ୍ରୀମନ୍ଦିରର କଳାହାଟ, ଜୟବିଜୟ ଓ ବେହରଣ ଦ୍ବାର । ଆଜି ଏ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି ୩ ଜଣିଆ ବିଶେଷଜ୍ଞ ଦଳ । ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ଦ୍ବାର ମରାମତି ସହ ରୂପା ଛାଉଣୀ କରାଯିବା । ଏ ନେଇ ଆଜି ମାପଚୂପ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧିଙ୍କ ନେତୃତ୍ବରେ ଏହି ବିଶେଷଜ୍ଞ ଟିମ୍ କଳାହାଟ, ଵେହରଣ, ଜୟ ବିଜୟ ଦ୍ଵାରକୁ ଅନୁଧ୍ୟାନ କରି ଫେରିଛନ୍ତି।

ଶ୍ରୀମନ୍ଦିର ମୁଖ୍ୟ ତିନି ଦ୍ୱାରରେ ଲାଗିବ ରୂପା କବାଟ, ଅନୁଧ୍ୟାନ କଲା ବିଶେଷଜ୍ଞ ଟିମ

ତେବେ ଏହା ଦ୍ୱାରା ଆହୁରି ଶ୍ରୀମନ୍ଦିରର ଶୋଭା ବୃଦ୍ଧି ହେବ । ରୂପାରେ ଝଲସିବ ଶ୍ରୀମନ୍ଦିରର ୩ ମୁଖ୍ୟ ପ୍ରବେଶ ପଥ। କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାର ୩ ଦ୍ୱାରର ୬ଟି କବାଟକୁ ରୁପା ଛାଉଣୀ କରିବାକୁ ଯୋଜନା ଚାଲିଛି। କାଠ କବାଟ ଉପରେ ୧.୬୩ ଇଞ୍ଚର ରୁପା ଚଦର ପଡ଼ିବା ପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହେଉଛି। ୩ ଦ୍ୱାର ପାଇଁ ଲାଗିବ ପ୍ରାୟ ୧ ହଜାର ୯୨୦ କିଲୋ ରୂପା। ଜଣେ ବଦାନ୍ୟ ବ୍ୟକ୍ତି ଏଥିପାଇଁ ରୂପା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇ ସାରିଛି ।

ଏହି ତିନୋଟି ଦ୍ୱାର ବହୁତ ପୁରୁଣା ହୋଇଯାଇଥିବାରୁ ପ୍ରାଥମିକ ଭାବେ ଏହି କବାଟ ଗୁଡ଼ିକର ରୂପା ଛାଉଣୀ କରି ସଂରକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ଦ୍ୱାର ଗୁଡ଼ିକର କବାଟ ଗୁଡ଼ିକ କାଠ ହୋଇ ଥିବାକୁ ନଷ୍ଟ ହେବାକୁ ବସିଛି। ତେଣୁ କିଛି ତଳେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ପରିଚାଳନା କମିଟି ସଦସ୍ୟ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.