ETV Bharat / city

ଜିଲ୍ଲାପାଳଙ୍କ କୋଭିଡ ହସପିଟାଲ ପରିଦର୍ଶନ

ଜିଲ୍ଲାପାଳ ସମର୍ଥ ବର୍ମା କୋଭିଡ ହସପିଟାଲ ବୁଲି ସ୍ଥିତିର କଲେ ସମୀକ୍ଷା । ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଓ ପରିବେଶ ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ
ଜିଲ୍ଲାପାଳଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ
author img

By

Published : May 9, 2021, 10:36 PM IST

ପୁରୀ: ଜିଲ୍ଲାପାଳଙ୍କ କୋଭିଡ ସେଣ୍ଟର ପରିଦର୍ଶନ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟସ୍ଥିତ କୋଭିଡ କେୟାର ସେଣ୍ଟର ଏବଂ ସଂକ୍ରମିତ ରୋଗ ଚିକିତ୍ସାଳୟ ସ୍ଥିତ କୋଭିଡ ହସପିଟାଲ ବୁଲି ଦେଖିଛନ୍ତି । ତା ସହିତ ହସପିଟାଲରେ ଉପଲବ୍ଧ ହେଉଥିବା ଚିକିତ୍ସା ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି । ଆଇସିୟୁ ଓ ସଧାରଣ ୱାର୍ଡ ବୁଲି ଦେଖିବା ସହ ଠିକ ସମୟରେ ଖାଦ୍ୟ ଓ ଔଷଧ ପ୍ରଦାନ ସଂପର୍କରେ ରୋଗୀ ମାନଙ୍କୁ ପଚାରି ବୁଝିଛନ୍ତି । ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ
ଜିଲ୍ଲାପାଳଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ

ଏଥିସହ ମେଡିକାଲ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଓ ପରିବେଶ ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିଛନ୍ତି । ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ସେମାନଙ୍କ ନିକଟ ସଂପର୍କୀୟ ମାନଙ୍କୁ ଅବଗତ କରାଇବାକୁ ହେଲ୍ପ ଡେସ୍କ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଏନେଇ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ
ଜିଲ୍ଲାପାଳଙ୍କ କୋଭିଡ୍ ହସପିଟାଲ ପରିଦର୍ଶନ

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ, ଏଡିଏମଓ ମେଡିକାଲ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମଓ ଟି. ନାରାୟଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.