ETV Bharat / city

19ରୁ ଜିଲ୍ଲା ବିଜେପି ପକ୍ଷରୁ ଜନ ଆର୍ଶୀବାଦ କାର୍ଯ୍ୟକ୍ରମ ଆରମ୍ଭ - Railway Minister

ଜିଲ୍ଲାରେ ବିଭିନ୍ନ ସମସ୍ୟା ସମେତ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇବ ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

19ରୁ ଜିଲ୍ଲା ବିଜେପି ପକ୍ଷରୁ ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଆରମ୍ଭ

author img

By

Published : Aug 17, 2021, 7:22 PM IST

ପୁରୀ: ବିଜେପି କରିବ ଜନ ଆର୍ଶୀବାଦ କାର୍ଯ୍ୟକ୍ରମ । ଅଗଷ୍ଟ 19ରେ ଭାରତର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ଓଡିଶା ଗସ୍ତରେ ଆସିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ଜିଲ୍ଲାକୁ ଆସି ଜନ ଆର୍ଶୀବାଦ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ମିଳିଛି ।

19ରୁ ଜିଲ୍ଲା ବିଜେପି ପକ୍ଷରୁ ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଆରମ୍ଭ

ଏହି କାର୍ଯ୍ୟକ୍ରମରେ ଉଭୟ ପ୍ରଥମେ ଭୁବନେଶ୍ୱରରୁ ବାହାରିବା ପରେ ପୁରୀ ସହରରେ ପହଞ୍ଚି ପତିତପାବନଙ୍କ ଆର୍ଶୀବାଦ ନେବେ । ପରେ ପୁରୀ ଛାଡିବା ପରେ ଉତ୍ତରା ଛକ ଠାରେ ଜିଲ୍ଲା ବିଜେପି ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପରେ ପିପିଲି, ସତ୍ୟବାଦୀର ସାକ୍ଷୀଗୋପୀନାଥଙ୍କୁ ଦର୍ଶନ ଓ ବକୁଳ ବନବିଦ୍ୟାଳୟ ପରିଦର୍ଶନ କରି ପଞ୍ଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବେ ।

ତେବେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ସିଧାସଳଖ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବା ସହ ପୁରୀର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ପୁରୀ ବିଧାୟକ ତାଙ୍କୁ ଅବଗତ କରାଇବେ । ଏହାଛଡା ପିପିଲି ଓ ପୁରୀ ପାଇଁ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ କରିବାକୁ ଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅନୁରୋଧ କରାଯିବ ।

ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଜିଲ୍ଲାରେ ରେଳପଥ ବିକାଶ ଉପରେ ମଧ୍ୟ କିଛି ପ୍ରସ୍ତାବ ଦିଆଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.