ETV Bharat / city

ବନ୍ଦପଡିଛି ବେପାର, ନିୟମ କୋହଳ ପାଇଁ ଦାବି କଲା ଟେଣ୍ଟ୍ ହାଉସ୍ ସଂଘ - Tent House Association demand

ବିବାହ ବ୍ରତ, ସାମାଜିକ କାର୍ଯ୍ୟକ୍ରମ ସବୁ ବନ୍ଦ । କୋରୋନା କାଳରେ ଦୀର୍ଘ ଦିନ ଧରି ବନ୍ଦ ପଡିଛି ବେପାର । ଅନୁମତି ଦେବାକୁ ଦାବି କଲା Tent House Association । ଅଧିକ ପଢନ୍ତୁ...

ଦୀର୍ଘ ଦିନ ଧରି ବନ୍ଦ ପଡିଛି ବେପାର, ନୀୟମ କୋହଳ ପାଇଁ ଦାବି କଲା Tent House Association

author img

By

Published : Aug 9, 2021, 11:00 PM IST

ପୁରୀ:ବିବାହ, ବ୍ରତ, ଶୁଦ୍ଧିଘର ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ପାଳନ ପାଇଁ ନିର୍ଦ୍ଧାରିତ ନିର୍ଦ୍ଦେଶରେ ପରିବର୍ତ୍ତନ ପାଇଁ ପୁରୀ ଜ଼ିଲ୍ଲା ଟେଣ୍ଟ, କ୍ୟାଟରିଂ, ପୁଷ୍ପସଜା, ଆଲୋକ ଏବଂ ଶବ୍ଦ ପ୍ରକରଣର ସଙ୍ଘ ସମୂହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପ୍ରଦାନ କରିଛନ୍ତି l

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ଭାବରେ ସାମାଜିକ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ରହିବା ଯୋଗୁଁ ସମସ୍ତ ବ୍ୟବସାୟ ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି l ଏହାକୁ ନିର୍ଭର କରି ଚଳୁଥିବା ଓଡ଼ିଶାର ହଜାର ହଜାର ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡିଛି l କୋରୋନା ସଂକ୍ରମଣ କମୁଥିବାରୁ ପରିସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ କ୍ଷେତ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ଥିବାବେଳେ ବିବାହ, ବ୍ରତ, ଶୁଦ୍ଧଘର ଓ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ କୌଣସି କୋହଳ କରାଯାଉନାହିଁ l

ଦୀର୍ଘ ଦିନ ଧରି ବନ୍ଦ ପଡିଛି ବେପାର, ନୀୟମ କୋହଳ ପାଇଁ ଦାବି କଲା Tent House Association

ତେଣୁ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକର୍ମରେ ସର୍ବନିମ୍ନ ୩00 ବ୍ୟକ୍ତି ବିଶେଷଙ୍କ ସାମିଲ ହେବା ନେଇ ଅନୁମତି ପାଇଁ ଦାବି କରିଛନ୍ତି ଅଲ ଓଡିଶା ଟେଣ୍ଟ, କ୍ୟାଟରର, ପୁଷ୍ପ, ଆଲୋକ ଓ ଶବ୍ଦ ପ୍ରକରଣ ସଙ୍ଘ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.