ETV Bharat / headlines

Tourists Jumped Inside Sun Temple: ମିଳିଲାନି ଟିକେଟ, ପାଚେରୀ ଡେଇଁଲେ ପର୍ଯ୍ୟଟକ

author img

By

Published : Dec 28, 2021, 4:59 PM IST

Updated : Dec 29, 2021, 2:33 PM IST

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅବ୍ୟବସ୍ଥା ଦେଖିବାକୁ ମଳିଛି । ମନ୍ଦିର ଭିତରକୁ ଯିବାକୁ ଟିକେଟ ନମିଳିବାରୁ ଶେଷ ପାଚେରୀ ଡେଇଁ ପର୍ଯ୍ୟଟକମାନେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

tourists jumped konark wall after failed to get a ticket to visit the historic temple
କୋଣାର୍କରେ ଅବ୍ୟବସ୍ଥା: ଟିକେଟ ନ ମିଳିବାରୁ ପାଚେରୀ ଡେଇଁ ପଶିଲେ ପର୍ଯ୍ୟଟକ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଅବ୍ୟବସ୍ଥା ଦେଖିବାକୁ ମଳିଛି । ମନ୍ଦିର ଭିତରକୁ ଯିବାକୁ ଟିକେଟ ନମିଳିବାରୁ ଶେଷରେ ପାଚେରୀ ଡେଇଁ ପର୍ଯ୍ୟଟକମାନେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ସ୍ଥିତି ଏଭଳି ଥିଲା ଯେ ଶେଷରେ ସୁରକ୍ଷାକର୍ମୀ ମଧ୍ୟ କୌଣସି ପର୍ଯ୍ୟଟକଙ୍କୁ ଅଟକାଇ ପାରିନଥିଲେ । ନୂଆବର୍ଷ ପାଖେଇ ଆସୁଥିବାରୁ କୋଣାର୍କରେ ପର୍ଯ୍ୟଟକଙ୍କୁ ନେଇ କଟକଣା ଜାରି ରହିଛି । ଏହି ସମୟରେ ହିଁ କୋଣାର୍କରେ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ଦେଖାଯାଇଛି ।

ଆଜି(ମଙ୍ଗଳବାର) ପ୍ରାୟ ୨୦ ହଜାରରୁ ଅଧିକ ପର୍ଯ୍ୟଟକ କୋଣାର୍କରେ ପହଞ୍ଚିଛନ୍ତି । ଏତେ ପର୍ଯ୍ୟଟକଙ୍କୁ ଟିକେଟ ଯୋଗାଇ ନପାରିବାରୁ ଅଧାରୁ କାଉଣ୍ଟର ବନ୍ଦ କରି ଦିଆଯାଇଥିଲା । ଫଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଦୂରଦୁରାନ୍ତରୁ ଆସିଥିବା ପର୍ଯ୍ୟଟକ ପାଚେରୀ ଓ ଫାଟକ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ନୂଆ କୋଭିଡ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଡିସେମ୍ବର ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୋଣାର୍କରେ ଭିଡ଼ ଜମାଇଛନ୍ତି ପର୍ଯ୍ୟଟକ ।

ଭିଡ଼କୁ ନିୟନ୍ତ୍ରଣ କରିବାରେ ଏଏସ୍‌ଆଇ ଓ ସ୍ଥାନୀୟ ପ୍ରଶାସନ ଫେଲ ମାରିଛନ୍ତି । ସେପଟେ ଓମିକ୍ରନ ଭୟ ଆରମ୍ଭ ହୋଇ ସାରିଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହଜାରହଜାର ଲୋକ ଗହଳି କୋଭିଡ ସଂକ୍ରମଣର ବ୍ୟାପକ ଆଶଙ୍କା ସୃଷ୍ଟି କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 29, 2021, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.