ETV Bharat / city

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷୟତ୍ରୀଙ୍କ ଆତ୍ମାହୁତି ଧମକ

ପୁରୀ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଶିକ୍ଷୟତ୍ରୀଙ୍କ ଆତ୍ମହୁତି ଧମକ। ନିମାପଡା ଦହିଜଙ୍ଗ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଙ୍କୁ ଅସଦାଚାରଣ କରୁଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ...

author img

By

Published : Nov 9, 2020, 10:43 PM IST

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷୟିତ୍ରୀଙ୍କ ଆତ୍ମାହୁତି ଧମକ

ପୁରୀ: ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଶିକ୍ଷୟତ୍ରୀ ଆତ୍ମହୁତି ଧମକ ଦେଇଛନ୍ତି। ସସ୍ମିତା ସେନାପତି ନାମକ ଜଣେ ଶିକ୍ଷୟତ୍ରୀ ନିମାପଡା ଦହିଜଙ୍ଗ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କ୍ରୀଡା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସେଠାକାର ପ୍ରଧାନଶିକ୍ଷକ ଲିଙ୍ଗରାଜ ଖଟୋଇ ତାଙ୍କୁ ଅସଦାଚାରଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଉନଥିଲା। ଫଳରେ ଆଜି(ସୋମବାର) ପୁରୀ ଜିଲ୍ଲା ଏସପି କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷୟିତ୍ରୀ ଜଣକ ଆତ୍ମହୁତି ଦେବାକୁ ଆସିଥିଲେ।

ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷୟତ୍ରୀଙ୍କ ଆତ୍ମାହୁତି ଧମକ

୨୦୦୬ ମସିହାରୁ ସସ୍ମିତା ସେନାପତି ନିମାପଡା ଦହିଜଙ୍ଗ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କ୍ରୀଡା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବା ସେଠାକାର ପ୍ରଧାନଶିକ୍ଷକ ଲିଙ୍ଗରାଜ ଖଟୋଇ ତାଙ୍କ ସହ ଅସଦାଚାରଣ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଘଟଣାକୁ ନେଇ ଅକ୍ଟୋବର ୧୪ ତାରିଖରେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ସଙ୍ଗୀନ ଦଫା ମଧ୍ୟ ଲଗାଇଥିଲା। ହେଲେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିନଥିବା ଅଭିଯୋଗ କରିଛନ୍ତି ସସ୍ମିତା। ଏନେଇ ପୂର୍ବରୁ ପୋଲିସ ଏସପି ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଶିକ୍ଷୟିତ୍ରୀ। ତେବେ କିଛି ଲାଭ ହେଲାନି।

ବର୍ତ୍ତମାନ ସସ୍ମିତା ବିଦ୍ୟାଳୟକୁ ଯାଉଥିଲେ ସୁଦ୍ଧା ତାଙ୍କୁ କର୍ମଚାରୀ ଉପସ୍ଥାନ ଖାତାରେ ଦସ୍ତଖତ କରିବାକୁ ଦିଆଯାଉନାହିଁ। ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଆଜି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଆସିଥିଲେ। ତେବେ ଏନେଇ ଏସପିଙ୍କ ଆଲୋଚନା ପରେ ଏଭଳି ପଦକ୍ଷେପରୁ ଓହରିଥିଲେ ସସ୍ମିତା ସେନାପତି। ଆସନ୍ତାକାଲି(ମଙ୍ଗଳବାର) ଅତିରିକ୍ତ ଏସପି ସ୍କୁଲ ଓ ଗାଁକୁ ଯାଇ ଘଟଣାର ତଦନ୍ତ କରିବାକୁ ଏସପି ପ୍ରତିଶୃତି ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.