ETV Bharat / city

'ମହାପ୍ରସ୍ଥାନମ କ୍ରିମେଟୋରିୟମ' ଢାଞ୍ଚାରେ ହେବ ସ୍ବର୍ଗଦ୍ବାର

author img

By

Published : Nov 30, 2019, 9:37 PM IST

ତେଲେଙ୍ଗାନା ଢାଞ୍ଚାରେ ନିର୍ମାଣ ହେବ ପୁରୀ ସ୍ବର୍ଗଦ୍ବାର । ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସରିଛି ବ୍ଲୁ-ପ୍ରିଣ୍ଟ ।

swargadwar issue
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: 'ମହାପ୍ରସ୍ଥାନମ କ୍ରିମେଟୋରିୟମ' ଢାଞ୍ଚାରେ ବଦଳିବ ସ୍ବର୍ଗଦ୍ବାରର ରୂପରେଖ । ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ଥାନ ପାଇଛି ସ୍ବର୍ଗଦ୍ବାର । ଏହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ନେଇ କହିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂହ ।

ସ୍ବର୍ଗଦ୍ବାର ପ୍ରତି ଆସ୍ଥା ଓ ବିଶ୍ବାସ ରଖି ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟ ମାନେ ଯେପରି ତିକ୍ତ ଅନୁଭୂତି ନନେବେ ସେଥିପାଇଁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ଧାର୍ଯ୍ୟ କରାଯାଇଛି । ଏହାର କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହେବ ଓ ଆବଶ୍ୟକ ପଡିଲେ ନେଇ ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି ।

ତେଲେଙ୍ଗାନା ଢାଞ୍ଚାରେ ସ୍ବର୍ଗଦ୍ବାରକୁ ମହାପ୍ରସ୍ଥାନମ ରୂପରେ ନବକଳେବର କରାଯିବ । ଏକ ଏକର ଜାଗାରେ ଏହାର ବିକାଶ କରାଯିବ । ସେଥିରେ ଶବ ସଂରକ୍ଷଣ ବ୍ୟବସ୍ଥା ସହ ଅତ୍ୟାଧୁନିକ ରୋଡ଼, ଓଭର ବ୍ରିଜ ଓ ପ୍ରବେଶ ପଥରେ ଆକର୍ଷଣୀୟ ଗେଟ ନିର୍ମାଣ କରାଯିବ । ଏକକାଳୀନ ଯେପରି ୧୪ ମୃତଦେହ ଦାହ ହୋଇପାରିବ ସେନେଇ ମଧ୍ୟ ନକ୍ସା ପ୍ରସ୍ତୁତ ହୋଇସାରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:swargadwar issueBody:swargadwar issueConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.