ETV Bharat / city

ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ସ୍ବପ୍ନାରାଣୀ ସ୍ବାଇଁ

ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନମ୍ବର ଜୋନର ସ୍ବପ୍ନାରାଣୀ ସ୍ବାଇଁ ନିର୍ବାଚିତ ହୋଇଛନ୍ତି । ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୩୦ ଜଣ ମତଦାନ କରିଥିଲେ । ତାଙ୍କ ବିପକ୍ଷରେ ୩୨ ନମ୍ବର ଜୋନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥିନୀ ବିଷ୍ଣୁପ୍ରିୟା ବରାଳ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅଧିକ ପଢନ୍ତୁ

author img

By

Published : Mar 13, 2022, 4:51 PM IST

ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନମ୍ବର ଜୋନର ସ୍ବପ୍ନାରାଣୀ ସ୍ବାଇଁ ନିର୍ବାଚିତ

ପୁରୀ: ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନମ୍ବର ଜୋନର ସ୍ବପ୍ନାରାଣୀ ସ୍ବାଇଁ ନିର୍ବାଚିତ ହୋଇଛନ୍ତି । ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୩୦ ଜଣ ମତଦାନ କରିଥିଲେ । ତାଙ୍କ ବିପକ୍ଷରେ ୩୨ ନମ୍ବର ଜୋନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥିନୀ ବିଷ୍ଣୁପ୍ରିୟା ବରାଳ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହାବି ପଢନ୍ତୁ : ବେଗୁନିଆ ନିର୍ବାଚନୀ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ଗିରଫ

ସେ ତିନି ଖଣ୍ତ ଭୋଟ ପାଇଥିଲେ । ଆଜି (ରବିବାର) ଜିଲ୍ଲାପାଳ ସମର୍ଥ ବର୍ମା ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ନିର୍ବାଚନ ପରିଚାଳନା କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିନ୍ମୟ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ଜିଲ୍ଲାର 33ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି 30 ଓ ବିଜେପି 3ଟି ଆସନ ବିଜୟ ଲାଭ କରିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.