ETV Bharat / city

ଏଣିକି ଶଙ୍କରାଚାର୍ଯ୍ୟଙ୍କ ହାତରେ ଗୋବର୍ଦ୍ଧନ ମଠ

ପୁରୀର ଗୋବର୍ଦ୍ଧନ ମଠ ଏଣିକି ଦେବୋତ୍ତର ବିଭାଗ ଅଧୀନରେ ରହିବନି । ମଠର ପରିଚାଳନା, ଆୟବ୍ୟୟ ଏଣିକି ଗୋବର୍ଦ୍ଧନ ମଠ ନିଜେ କରିବ । ଅଧିକ ଖବର ପଢନ୍ତୁ...

ଶଙ୍କରାଚାର୍ଯ୍ୟଙ୍କ ହାତରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ
author img

By

Published : Oct 22, 2019, 5:03 PM IST

ପୁରୀ: ଗୋବର୍ଦ୍ଧନ ମଠ ଏଣିକି ଦେବୋତ୍ତର ବିଭାଗ ଅଧୀନରେ ରହିବନି। ମଠର ପରିଚାଳନା , ଆୟବ୍ୟୟ ଏଣିକି ଗୋବର୍ଦ୍ଧନ ମଠ ନିଜେ କରିବ। ରାଜ୍ୟ ସରକାରଙ୍କ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି । ସେ ଗଣମାଧ୍ୟମରୁ ସୂଚନା ପାଇଥିବା ବେଳେ ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ପହଁଞ୍ଚିନାହିଁ। ତେଣୁ ଏହି ଘଟଣାରେ କୌଣସି ଖୁସି ପ୍ରକଟ କରିବା କଥା ନୁହେଁ ବୋଲି ସେ କହିଛନ୍ତି।

ଶଙ୍କରାଚାର୍ଯ୍ୟଙ୍କ ହାତରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ

ପୂର୍ବରୁ ଏହି ପଦକ୍ଷେପ ନିଆଯିବା କଥା। ଆଦି ଶଙ୍କରାଚାର୍ଯ୍ୟଙ୍କ ପୀଠକୁ ସରକାର ନିୟନ୍ତ୍ରଣ କରିବା ଠିକ ନଥିଲା ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ସେହିପରି କେବଳ ଦେବୋତ୍ତର ବିଭାଗ ନୁହେଁ ଶ୍ରୀଜଗନ୍ନାଥଙ୍କ ଆଇନ ଅଧିନରୁ ମଧ୍ୟ ଗୋବର୍ଦ୍ଧନ ମଠକୁ ବାଦ ଦେବାକୁ ଶଙ୍କରାଚାର୍ଯ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେହିପରି ପୀଠର ବିକାଶ ନେଇ ରାଜ୍ୟ ସରକାର ଜଣେ ସ୍ବତନ୍ତ୍ର ଅଧିକାରୀ ଗୋବର୍ଦ୍ଧନ ମଠ ପାଇଁ ନିଯୁକ୍ତି କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରର ପରିଚାଳନା ଭାର ଆଧ୍ୟାତ୍ମିକ ଦୃଷ୍ଟିରୁ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦାନ କରିବାକୁ ସେ ମଧ୍ୟ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଆଦି ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମର ସଂସ୍ଥାପକ , ସଂଚାଳକ, ମାର୍ଗ ଦର୍ଶକ ଓ ନ୍ୟାୟାଧୀଶ। ଯେତେ ଦିନ ଯାଏଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କରୁଥିବେ ସେତେଦିନ ଯାଏଁ ଶ୍ରୀମନ୍ଦିରରେ ଅରାଜକତା , ଶୋଷଣ ଚାଲିଥିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ଶ୍ରୀମନ୍ଦିର ପରିଚାଳନା ଏକ ଆଧ୍ୟାତ୍ମିକ ବ୍ୟବସ୍ଥା ବଳିରେ ଚାଲିବା ଉଚିତ। ସରକାରୀ ଅଫିସର ଓ ରାଜନେତାଙ୍କ ଅଧିନରେ ଏହା ପରିଚଳନା ଠିକ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେହିପରି ଶ୍ରୀକ୍ଷେତ୍ରର ବିକାଶ ନେଇ ମଧ୍ୟ ମତ ରଖିଛନ୍ତି ଜଗତଗୁରୁ। ପୁରୀ ଏକ ତୀର୍ଥ କ୍ଷେତ୍ର। ଏହାକୁ ପର୍ଯ୍ୟଟନସ୍ଥଳିରେ ସରକାର ପରିଣତ ସମ୍ପୂର୍ଣ୍ଣ କରିଦେଲେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ନିଜର ସତ୍ତା ହରାଇବ ବୋଲି ସେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଶ୍ରୀମନ୍ଦିର ପରିଚାଳନା ଶଙ୍କରାଚାର୍ଯ୍ୟ ଙ୍କୁ ପ୍ରଦାନ ନେଇ ସରକାର ଙ୍କୁ ପରାମର୍ଶBody:ପୁରୀ ର ଗୋବର୍ଦ୍ଧନ ମଠ ଏଣିକି ଦେବୋତ୍ତର ବିଭାଗ ଅଧୀନରେ ରହିବନି। ମଠ ର ପରିଚଳନା , ଆୟ , ବ୍ୟୟ ଏଣିକି ଗୋବର୍ଦ୍ଧନ ମଠ ନିଜେ କରିବ। ରାଜ୍ୟ ସରକାର ଙ୍କ କ୍ୟାବିନେଟ ରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପ୍ରତିକ୍ରିୟା ରଖିଛନ୍ତି। ସେ ଏ ନେଇ ଗଣମାଧ୍ୟମ ରୁ ସୂଚନା ପାଇ ଥିବା ବେଳେ ଏ ନେଇ ସରକାରୀ ସ୍ତରରେ କୌଣସି ସୂଚନା ପହଁଚି ନାହିଁ। ସେହିପରି ଏଥିରେ କୌଣସି ଖୁସି ପ୍ରକଟ କରିବା ଜିନିଷ ନୁହେ ବୋଲି ସେ କହିଛନ୍ତି। ବୋହୁ ପୂର୍ବରୁ ଏହି ପଦକ୍ଷେପ ନିଆଯିବା କଥା। ଆଦି ଶଙ୍କରାଚାର୍ଯ୍ୟ ଙ୍କ ପୀଠ କୁ ସରକାର ନିୟନ୍ତ୍ରଣ କରିବା ଠିକ ନ ଥିଲା ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ସେହିପରି କେବଳ ଦେବୋତ୍ତର ବିଭାଗ ନୁହେଁ ଶ୍ରୀଜଗନ୍ନାଥ ଙ୍କ ଆଇନ ଅଧିନ ରୁ ମଧ୍ୟ ଗୋବର୍ଦ୍ଧନ ମଠ କୁ ବାଦ ଦେବାକୁ ମଧ୍ୟ ଶଙ୍କରାଚାର୍ଯ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ପୀଠ ର ବିକାଶ ନେଇ ରାଜ୍ୟ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ ଗୋବର୍ଦ୍ଧନ ମଠ ପାଇଁ ନିଯୁକ୍ତି କରିବାକୁ ସେ ରାଜ୍ୟ ସରକାର ଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ର ପରିଚଳନା ଭାର ଅଧ୍ୟତ୍ମିକ ଦୃଷ୍ଟିରୁ ଶଙ୍କରାଚାର୍ଯ୍ୟ ଙ୍କୁ ପ୍ରଦାନ କରିବାକୁ ସେ ମଧ୍ୟ ରାଜ୍ୟ ସରକାର ଙ୍କୁ କହିଛନ୍ତି। ଆଦି ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମ ର ସଂସ୍ଥାପକ , ସଂଚାଳକ, ମାର୍ଗ ଦର୍ଶକ ଓ ନ୍ୟାୟାଧୀଶ। ଯେତେ ଦିନ ଯାଏଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କରୁଥିବେ ସେତେଦି ନ ଯାଏଁ ଶ୍ରୀମନ୍ଦିର ଅରାଜକତା , ଶୋଷଣ ଚାଲିଥିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା ଏକ ଆଧ୍ୟାତ୍ମିକ ବ୍ୟବସ୍ଥା ବଳୀରେ ଚାଲିବା ଉଚିତ। ସରକାରୀ ଅଫିସର ଓ ରାଜନେତା ଙ୍କ ଅଧିନ ରେ ଏହା ପରିଚଳନା ଠିକ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେହିପରି ଶ୍ରୀକ୍ଷେତ୍ର ର ବିକାଶ ନେଇ ମଧ୍ୟ ମତ ରଖିଛନ୍ତି ଜଗତଗୁରୁ। ପୁରୀ ଏକ ତୀର୍ଥ କ୍ଷେତ୍ର। ଏହା କୁ ପର୍ଯ୍ୟଟନ ସ୍ଥଳି ରେ ସରକାର ପରିଣତ ସମ୍ପୂର୍ଣ୍ଣ କରିଦେଲେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ର ନିଜର ସତା ହରାଇବା ବୋଲୀ ସେ କହିଛନ୍ତି।

ବାଇଟ,, ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀ,, ଶଙ୍କରାଚାର୍ଯ୍ୟ, ପୁରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.