ପୁରୀ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ଚାଲିଛି କଡା ମୁକାବିଲା । ଏହା ମଧ୍ୟରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଦୁଇ ପ୍ରାର୍ଥୀଙ୍କ ବାଲୁକା କଳା ।
ଅନ୍ତଃରାଷ୍ଟ୍ରୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ଉଭୟ ଟ୍ରମ୍ପ ଓ ବିଡେନଙ୍କ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଏଥିସହ ଦୁଇ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ।
ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ତାଙ୍କ ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବିଡେନ। ଏଣୁ ଟ୍ରମ୍ପ ପୁଣି ଥରେ ନିର୍ବାଚିତ ହେବେ ନା ବିଡେନ ରାଷ୍ଟ୍ରପତି ଆସନରେ ବସିବେ ତାହା ଏହି ମତଦାନରୁ ସ୍ପଷ୍ଟ ହେବ। କୋରୋନା ମହାମାରୀ ମଧ୍ୟରେ ଚଳିତ ଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଶ ମହତ୍ବପୂର୍ଣ୍ଣ ମନେ କରାଯାଉଛି।