ପୁରୀ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଆଜି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ପରୀକ୍ଷା ବାତିଲ ଦାବିରେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ବର୍ଷକର କୋର୍ସ ମାତ୍ର ଦେଢ଼ ମାସ ପଢ଼ା ଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
ସେହିପରି ବହୁତ ଛାତ୍ରଛାତ୍ରୀ ଗରିବ ଶ୍ରେଣୀର ହୋଇଥିବାରୁ ଅନଲାଇନ କ୍ଲାସ୍ ଠିକ ଭାବରେ କରି ନାହାଁନ୍ତି । ଫଳରେ ଚଳିତ ବର୍ଷର କୋର୍ସ ଶେଷ ମଧ୍ୟ ହୋଇନାହିଁ । ଏଭଳି ସ୍ଥିତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଶିକ୍ଷାମନ୍ତ୍ରୀ ଦେଇଥିବା ବୟାନ ଗ୍ରହଣୀୟ ନୁହେଁ ବୋଲି ମହାବିଦ୍ୟାଳୟର ଛାତ୍ର ଅଭିଯୋଗ ଆଣିଛନ୍ତି ।
ଏହା ବି ପଢନ୍ତୁ ପରୀକ୍ଷା ବାତିଲ୍ ଦାବିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ତେବେ ଇଣ୍ଟରନାଲ ଆସେସମେଣ୍ଟ ମାର୍କକୁ ଭିତ୍ତି କରି ପରୀକ୍ଷା ଫଳ ବାହାର କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷଙ୍କ ମାଧ୍ୟମରେ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପରୀକ୍ଷା ବାତିଲ ନହେଲେ ଆଗମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଳି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ