ETV Bharat / city

ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ, ଏସଟିଏଫ ହାତରେ ମୁଖ୍ୟ ଦଲାଲ - ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ

ଜଗନ୍ନାଥଙ୍କ ଜମିରେ ଚାଲିଥିଲା ବେଆଇନ ପଥର ଖଣି ଖନନ । ଏହି ପ୍ରକ୍ରିୟାରେ ବଡ ବଡ ପଥର ମାଫିଆ ଓ ଖଣି ମାଫିଆଙ୍କ ମଧ୍ୟରେ ଲିଙ୍କ୍ ରହିଥିଲା । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଦଲାଲକୁ ଗିରଫ କରିଛି ପୋଲିସ । ଅଧିକ ଖବର ପଢନ୍ତୁ...

Stf arrested mining mafia
ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ,ଏସଟିଏଫ ହାତରେ ମୁଖ୍ୟ ଦଲାଲ
author img

By

Published : Dec 27, 2019, 10:24 PM IST

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଖନନ । ଲୁଟୁଥିଲେ ଖଣି ମାଫିଆ ଓ ଜମି ଦଲାଲ । ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥ ଜମିରେ ଏଭଳି ବେଆଇନ ପଥର ଖଣି ଖନନ ଅଭିଯୋଗରେ ଜଣେ ଦଲାଲକୁ ଗିରଫ କରିଛି ଏସଟିଏଫ।

ଏହି ପଥର ମାଫିଆ ଓ ଖଣି ମାଫିଆଙ୍କ ମଧ୍ୟରେ ଥିଲା ବଡ ଲିଙ୍କ୍। କେଉଁ ଖଣିରୁ ଖନନ ପରେ କେଉଁ ପଥର ମାଫିଆ କେଉଁଠି ବିକ୍ରି କରିବେ ସେସବୁର ବୁଝାସୁଝା କରୁଥିଲେ ଏହି ଦଲାଲ । ଗିରଫ ଦଲାଲ ଜଣକ ହେଲେ ରାଜେଶ କୁମାର ବରାଳ ଓରଫ ପିଣ୍ଟା । ତା ଘର କୁମ୍ଭାରବସ୍ତ ଖୋର୍ଦ୍ଧାରେ । ଗିରଫ ପରେ ଏସଟିଏଫ ଜାଣିବାକୁ ପାଇଛି ରାଜେଶର ଇତିହାସ । ତା ନାଁରେ ରହିଛି ଅନେକ ମାମଲା । ସହିଦନଗର ଥାନାରେ ଏନଡିପିଏସ ବା ମାଦକ ଦ୍ରବ୍ୟ କାରବାରଠୁ ଆରମ୍ଭ କରି ବେଆଇନ ବନ୍ଧୁକ ରଖିବା ଏଥିସହ ଖୋର୍ଦ୍ଧା ଥାନାରେ 3ଟି ମାମଲା ରୁଜୁ ହୋଇଛି ।

ପିଣ୍ଟାକୁ ଆପିସିର ଧାରା ୩୭୯/୪୧୧/୪୬୭/୪୬୮/୪୭୧/୧୨୦(B),୩୪ଓ ଆର୍ମସ ଆକ୍ଟ ୨୫/୨୭ ସହ ଏକ୍ସପୋଲସିଭ ଆକ୍ଟ ୩/୪/୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଗିରଫ ମୁଖ୍ୟ ଦଲାଲ ପାଖରୁ ଅନେକ ତଥ୍ୟ ଖୋଲିବା ପାଇଁ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟକୁ ଆବେଦନ କରିଛି ଏସଟିଏଫ ଟିମ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ
ଏସଟିଏଫ ହାତରେ ଗିରଫ ମୁଖ୍ଯ ଦଲାଲ
Body:

ଶ୍ରୀଜଗନ୍ନାଥ ଜମିରେ ବେଆଇନ ପଥର ଖଣି ଖନନ।ଲୁଟୁଥିଲେ ଖଣି ମାଫିଆ ଓ ଜମି ଦଲାଲ।ଖୋର୍ଦା ତାପଙ୍ଗ ଅଂଚଳରେ ଥିବା ଶ୍ରୀଜଗନ୍ନାଥ ଜମିରେ ଏଭଳି ବେଆଇନ ପଥର ଖଣି ଖନନ ଅଭିଯୋଗରେ ଜଣେ ଦଲାଲକୁ ଗିରଫ କରିଛି ଏସଟିଏଫ। ଯେକି ପଥର ମାଫିଆ ଓ ଖଣି ମାଫିଆ ମଧ୍ଯରେ ଥିଲା ବଡ ଦଲାଲ।କେଉଁ ଖଣିରୁ ଖନନ ପରେ କେଉଁ ପଥର ମାଫିଆ କେଉଁଠି ବିକ୍ରି କରିବେ ସେସବୁର ବୁଝାସୁଝା କରୁଥିଲା ଏହି ଦଲାଲ।ନା ତାର ରାଜେଶ କୁମାର ବରାଳ ଓରଫ ପିଣ୍ଟା।ଘର କୁମ୍ଭାରବସ୍ତ ଖୋର୍ଦା।ଗିରଫ ପରେ ଏସଟିଏଫ ଜାଣିବାକୁ ପାଇଛି ରାଜେଶର ଇତିହାସ।ତା ନାରେ ରହିଛି ଅନେକ ମାମଲା।ସହିଦନଗର ଥାନାରେ ଏନଡିପିଏସ ବା ମାଦକ ଦ୍ରବ୍ଯ କାରବାରଠୁ ଆରମ୍ଭ କରି ବେଆଇନ ବନ୍ଧୁକ ରଖିବା ଏଥି ସହ ଖୋର୍ଦା ଥାନାରେ ତିନୋଟି ମାମଲା।ତେବେ ଗିରଫ ପରେ ଆପିଲିର ଧାରା ୩୭୯/୪୧୧/୪୬୭/୪୬୮/୪୭୧/୧୨୦(B),୩୪ଓ ଆର୍ମସ ଆକ୍ଟ ୨୫/୨୭ ସହ ଏକ୍ସପୋଲସିଭ ଆକ୍ଟ ୩/୪/୫ରେ ଗିରଫ କରି କୋର୍ଟ ଚାଲାଣ କରାଇଛି। ଏଥି ମୁଖ୍ଯ ଦଲାଲ ଯୋଗୁ ଅନେକ ତଥ୍ଯ ଖୋଲିବା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟକୁ ପ୍ରଥନା କରିଛି ଏସଟିଏଫ ଟିମ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.