ETV Bharat / city

ନଈ ପଠାରୁ ମିଳିଲା ସଞ୍ଜୟ ଦାସବର୍ମାଙ୍କ PAଙ୍କ ମୃତଦେହ, ହତ୍ୟା ସନ୍ଦେହ

author img

By

Published : Dec 13, 2021, 11:48 AM IST

Updated : Dec 14, 2021, 3:15 PM IST

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ PAଙ୍କ ମୃତଦେହ ଉଦ୍ଧାର । ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ତାଙ୍କ ମୃତଦେହ ମିଳିଛି । ଅଧିକ ପଢନ୍ତୁ

ନଈ ପଠାରୁ ମିଳିଲା
ସଞ୍ଜୟ ଦାସବର୍ମାଙ୍କ psoଙ୍କ ମୃତଦେହ ଉଦ୍ଧାର

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ (planning board Deputy-chairman Sanjay Dasbarma's PA) PAଙ୍କ ମୃତଦେହ ଉଦ୍ଧାର । ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ତାଙ୍କ ମୃତଦେହ ମିଳିଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସଞ୍ଜୟ ଦାସବର୍ମାଙ୍କ psoଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ PA ନିଖୋଜ ଥିଲେ । ଆଜି ସକାଳୁ ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ତାଙ୍କ ମୃତଦେହ ମିଳିିଛି । ଏ ନେଇ ପୁରୀ ସଦରଥାନା ପୋଲିସର ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ନିଖୋଜ ଯୁବକଙ୍କ ମୃତ୍ୟୁ କିଭଳି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛି ସଦର ଥାନା ପୋଲିସ । ମୃତକ ଯୁବକ ହେଉଛନ୍ତି ବ୍ରହ୍ମଗିରି ବ୍ଲକ୍ ଅର୍ନ୍ତଗତ ସାନବନ୍ଧକେରା ଗ୍ରାମର 22 ବର୍ଷୀୟ ଚିତ୍ତରଞ୍ଜନ ପଲେଇ ।

ପୋଲିସ କହିବା ଅନୁଯାୟୀ ନିଖୋଜ ଚିତ୍ତରଞ୍ଜନ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଆଉ ଘରକୁ ଫେରିନଥିଲେ । ଏ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡିଥିବା ବେଳେ ଜୋତା, ମୋବାଇଲ ଇତ୍ୟାଦି ପୋଲିସ ଜଵତ କରିଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ସଦରଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବ ବୋଲି ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Dec 14, 2021, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.