ETV Bharat / city

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କୁ ନିମନ୍ତ୍ରଣ ଦେଲେ ରାଜ୍ୟ ସରକାର - ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ

ଆଜି ଉଦଘାଟିତ ହେବ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । ଉଦଘାଟନ ପୂର୍ବରୁ ଦେଖାଦେଇଥିବା ଶ୍ରେୟ ରାଜନୀତିର ଅନ୍ତ ଘଟିଛି । ଶେଷରେ ଚାପରେ ଆସି ଚେତିଛନ୍ତି ରାଜ୍ୟ ସରକାର । ମେଡିକାଲ କଲେଜ ଉଦଘାଟନ ଉତ୍ସବକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କୁ ନିମନ୍ତ୍ରଣ ଦେଲେ ରାଜ୍ୟ ସରକାର
ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନକୁ କେନ୍ଦ୍ର ସରକାରଙ୍କୁ ନିମନ୍ତ୍ରଣ ଦେଲେ ରାଜ୍ୟ ସରକାର
author img

By

Published : Apr 11, 2022, 5:30 PM IST

ନୂଆଦିଲ୍ଲୀ: ଆଜି ଉଦଘାଟିତ ହେବ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । ଉଦଘାଟନ ପୂର୍ବରୁ ଦେଖାଦେଇଥିବା ଶ୍ରେୟ ରାଜନୀତିର ଅନ୍ତ ଘଟିଛି । ଶେଷରେ ଚାପରେ ଆସି ଚେତିଛନ୍ତି ରାଜ୍ୟ ସରକାର । ମେଡିକାଲ କଲେଜ ଉଦଘାଟନ ଉତ୍ସବକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ନିମନ୍ତ୍ରଣ କରିଛନ୍ତି ।

  • It’s good to learn that finally the Odisha Government called the Union Health Minister Shri @mansukhmandviya ji to attend the inauguration of “Sri Jagannath Medical College” in Puri scheduled for today.
    The Union Minister too has agreed to join & address the session Virtually! https://t.co/bGOkMWUNR1

    — Sambit Patra (@sambitswaraj) April 11, 2022 " class="align-text-top noRightClick twitterSection" data=" ">

ଏନେଇ ଟ୍ବିଟ ଯୋଗ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଟ୍ବିଟ କରି ସମ୍ବିତ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାୟୋଜିତ ଯୋଜନା ଗୁଡିକର ଉଦଘାଟନ ଶିଳାନ୍ୟାସ ପାଇଁ କେନ୍ଦ୍ର ସରକାରଙ୍କୁ ନିମନ୍ତ୍ରଣ କରିବା ବିଧି ପରମ୍ପରା ରହିଛି । ହେଲେ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ଉତ୍ସବକୁ ରାଜ୍ୟ ସରକାର ନିମନ୍ତ୍ରଣ କରିନଥିଲେ । ଏହାକୁ ନେଇ ପ୍ରତିବାଦ ହେବା ସହ ରାଜ୍ୟର ନେତା ମାନେ ମଧ୍ୟ ଆପତ୍ତି ଉଠାଇଥିଲେ ।

ଶେଷରେ ଉଦଘାଟନର କିଛି ଘଣ୍ଟା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟଯେ କେନ୍ଦ୍ର ରାଜ୍ୟର 60:40 ଅନୁଦାନରେ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଚାଳିତ ହେବାକୁ ଥିବା ବେଳେ, ହସ୍ପିଟାଲ ନିର୍ମାଣ ପାଇଁ କେନ୍ଦ୍ର ସରକାର 113 କୋଟିରୁ ଅଧିକ ଟଙ୍କା ଅନୁଦାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.