ETV Bharat / city

ଶ୍ରୀମନ୍ଦିର କର୍ପସ ଫଣ୍ଡ ବିବାଦ ପ୍ରସଙ୍ଗ; ବିଜେପିର ତଦନ୍ତ ଦାବି

ୟେସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଯିବା ପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର କର୍ପସ ଫଣ୍ଡ 545 କୋଟି ଟଙ୍କା ଫେରସ୍ତ ପାଇବା ନେଇ ନାନା ଆଶଙ୍କା ବଢ଼ିବାରେ ଲାଗିଛି । ଅଧିକ ଖବର ପଢନ୍ତୁ...

ଶ୍ରୀମନ୍ଦିର କର୍ପସ ଫଣ୍ଡ ବିବାଦ ପ୍ରସଙ୍ଗ; ବିଜେପିର ତଦନ୍ତ ଦାବି
ଶ୍ରୀମନ୍ଦିର କର୍ପସ ଫଣ୍ଡ ବିବାଦ ପ୍ରସଙ୍ଗ; ବିଜେପିର ତଦନ୍ତ ଦାବି
author img

By

Published : Mar 8, 2020, 1:13 AM IST

ପୁରୀ: ୟେସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଯିବା ପରେ ବ୍ୟାଙ୍କରେ ଥିବା ଶ୍ରୀମନ୍ଦିରର କର୍ପସ ଫଣ୍ଡ 545 କୋଟି ଟଙ୍କା ଫେରସ୍ତ ପାଇବା ନେଇ ନାନା ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି ପ୍ରସଙ୍ଗକୁ ବିରୋଧୀ ଶାସକ ଦଳକୁ ଘେରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଶ୍ରୀମନ୍ଦିର କର୍ପସ ଫଣ୍ଡ ବିବାଦ ପ୍ରସଙ୍ଗ; ବିଜେପିର ତଦନ୍ତ ଦାବି

ଏହି କ୍ରମରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ୟେସ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ କିଏ ଓ କେଉଁ ଅଧିକାରୀ କାହା ସ୍ଵାର୍ଥରେ ଶ୍ରୀମନ୍ଦିରର କର୍ପସ ଫଣ୍ଡ ରଖିଲେ ସେନେଇ ତଦନ୍ତ କରିବା ନେଇ ଦାବି କରାଯାଇଛି ।

ତୁରନ୍ତ ଉକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବାକୁ ପୁରୀ ଜିଲ୍ଲା ବିଜେପି ଦାବି କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଲୁଟକୁ ବରଦାସ୍ତ କରାଯିବନି । ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପୁରୀ ଜିଲ୍ଲା ବିଜେପି କହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.