ETV Bharat / city

ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ମିଳୁ ପଦ୍ମ ପୁରସ୍କାର: ଶ୍ରୀ ଜଗନ୍ନାଥ ସେନା - ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ପଦ୍ମ ପୁରସ୍କାର ଦାବି

ରଥ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା ସମ୍ପୃକ୍ତ ସେବକଙ୍କୁ ପଦ୍ମ ପୁରସ୍କାର ଦାବି କଲା ଶ୍ରୀଜଗନ୍ନାଥ ସେନା । ଅଧିକ ପଢନ୍ତୁ

ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ପଦ୍ମ ପୁରସ୍କାର ଦାବି କଲା ଶ୍ରୀଜଗନ୍ନାଥ ସେନା

author img

By

Published : Jun 26, 2022, 5:33 PM IST

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଥିବା ସମ୍ପୃକ୍ତ ସେବକଙ୍କୁ ପଦ୍ମ ପୁରସ୍କାର ଦାବି କଲା ଶ୍ରୀଜଗନ୍ନାଥ ସେନା । ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଥିବା ମହାରଣା, ଭୋଇ, ଚିତ୍ରକର, ରୂପକାରଙ୍କ ସମେତ ସମସ୍ତ ସେବାୟତଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ପ୍ରଥମେ ସେବକଙ୍କ ପାଦ ଧୋଇ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ପଦ୍ମ ପୁରସ୍କାର ଦାବି କଲା ଶ୍ରୀଜଗନ୍ନାଥ ସେନା

ମହାପ୍ରଭୁଙ୍କ ରଥଯାତ୍ରା, ଯୁଗ ଯୁଗ ଧରି କେବଳ ରଥ ନିର୍ମାଣ କରୁଥିବା ସେବକଙ୍କ ଯୋଗୁଁ ସମ୍ଭାବ ହୋଇପାରିଛି । ଏଣୁ ଆମ ଓଡ଼ିଆ ଜାତି ଏହି ରଥ ନିର୍ମାଣ ସମ୍ପୃକ୍ତ ସେବକଙ୍କ ନିକଟରେ ଚିର ଋଣି ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି । ତେବେ ଦୁଃଖର ବିଷୟ ଏହି ସେବକଙ୍କୁ ରାଜ୍ୟ ସରକାର ସମ୍ମାନ ଦେଇ ନାହାନ୍ତି । ଆଙ୍ଗୁଳି ମାପରେ ବିଶାଳ ରଥ ନିର୍ମାଣ କରାଯାଉ ଥିବାବେଳେ ଏହି ନିଆରା କଳାକୃତି ପାଇଁ ରାଜ୍ୟ ସରକାର କିଛିନା କିଛି ସମ୍ମାନ ଦେବା ଉଚିତ୍ ବୋଲି କହିଛନ୍ତି ।

ତୁରନ୍ତ ରାଜ୍ୟସରକାର ଏହି ସେବକଙ୍କ ନାମ ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ରଥ ନିର୍ମାଣରେ ଥିବା ସେବକଙ୍କୁ ଆଜି ଯାଏଁ କୌଣସି ସମ୍ମାନ ପ୍ରଦାନ ଦିଆଯାଇ ନଥିବାକୁ ନେଇ ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.