ETV Bharat / city

ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ଶ୍ରୀଜଗନ୍ନାଥ ସେନାର ଧାରଣା - puri jagannath temple

ରାଜ୍ୟରେ କୋଭିଡ ଗାଇଡ୍ ଲାଇନରେ ମନ୍ଦିର ଖୋଲି ସାରିଥିବା ବେଳେ ଶ୍ରୀମନ୍ଦିରକୁ କାହିଁକି ଭକ୍ତଙ୍କ ପାଇଁ ରାଜ୍ୟ ସରକାର ବନ୍ଦ କରିଛନ୍ତି ସେନେଇ ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି । ଅଧିକ ପଢନ୍ତୁ...

ଅରୁଣ ସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ଶ୍ରୀଜଗନ୍ନାଥ ସେନାର ଧରଣା

author img

By

Published : Oct 24, 2020, 3:26 PM IST

ପୁରୀ: ଦୀର୍ଘ 7 ମାସ ହେବ ଭକ୍ତ ମାନେ କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇନାହାଁନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରି ନାହାନ୍ତି । ତେବେ ଏଭଳି ସ୍ଥିତିରେ ସରକାର ଅରୁଣସ୍ତମ୍ଭକୁ ସ୍ପର୍ଶ କରିବା ନେଇ ଭକ୍ତଙ୍କ ପାଇଁ କଟକଣା ରଖିଛନ୍ତି । ତେବେ ଏନେଇ ଦୃଢ ପ୍ରତିବାଦ କରିଛି ଶ୍ରୀଜଗନ୍ନାଥ ସେନା । ଶନିବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଧାରଣା ଦିଆଯାଇଛି । ତୁରନ୍ତ ଭକ୍ତଙ୍କୁ ଅରୁଣସ୍ତମ୍ଭ ନିକଟକୁ ଯିବାକୁ ଅନୁମତି ଦେବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।

ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବା ଦାବି ନେଇ ଶ୍ରୀଜଗନ୍ନାଥ ସେନାର ଧାରଣା

ଅନ୍ୟ ରାଜ୍ୟରେ କୋଭିଡ ଗାଇଡ ଲାଇନରେ ମନ୍ଦିର ଖୋଲି ସାରିଥିବା ବେଳେ ଶ୍ରୀମନ୍ଦିରକୁ କାହିଁକି ଭକ୍ତଙ୍କ ପାଇଁ ରାଜ୍ୟ ସରକାର ବନ୍ଦ କରିଛନ୍ତି ସେନେଇ ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ ଉଠାଇଛି । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁର୍ନବିଚାର କରିବା ସହ ଅରୁଣସ୍ତମ୍ଭ ନିକଟକୁ ଭକ୍ତଙ୍କୁ ଛାଡିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି । 24 ଘଣ୍ଟା ଭିତରେ ଏନେଇ ସରକାର ନିଷ୍ପତ୍ତି ନ ନେଲେ ପୁରୀ ଜନସାଧାରଣଙ୍କ ସହ ମିଶି ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନକୁ ଓହ୍ଲାଇବ । ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।

ସେହିପରି କୋଭିଡ ଗାଇଡ ଲାଇନ କିଭଳି ଶ୍ରୀମନ୍ଦିର ଖୋଲିବ ସେନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେବାକୁ ସଂଗଠନ ଦାବି କରିଛି । ଶ୍ରୀମନ୍ଦିରକୁ ନେଇ ପୁରୀ ସହରର ଅର୍ଥନୀତି ଜଡିତ । ଶ୍ରୀମନ୍ଦିର ବନ୍ଦ ହେତୁ ଭକ୍ତଙ୍କ ଅଗାମନ ବନ୍ଦ ରହିଛି । ଫଳରେ ପୁରୀ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଥିବା ଶ୍ରୀଜଗନ୍ନାଥ ସେନା କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.