ETV Bharat / city

ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ଅନୁଷ୍ଠିତ - lord jagannath

ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ବାମନ ଜନ୍ମନୀତି । ଅଧିକ ପଢନ୍ତୁ...

srimandir bamana janma ritual of lord jagannath
ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ଅନୁଷ୍ଠିତ
author img

By

Published : Sep 17, 2021, 9:10 PM IST

ପୁରୀ: ଆଜି ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ବାମନ ଜନ୍ମନୀତି । ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମନୀତି ଦ୍ବିପହର ଧୂପ ପରେ ପାଳିତ ହୋଇଥାଏ। ତେବେ ଆଜି ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି।

ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ଅନୁଷ୍ଠିତ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ସମେତ ବାମନ ଜନ୍ମ ନୀତି ଆଜି ଅନୁଷ୍ଠିତ ହୋଇଛି । ଆଜି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବା ସହ ସକାଳଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯାଇଥିଲା। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ବିପହର ଧୂପ ପରେ ପାଳିତ ହୋଇଥାଏ। ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି। ଜୟ ବିଜୟ ଦ୍ବାର ବନ୍ଦ କରାଯାଇ ପୂଜପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି। ଏହାଛଡ଼ା ଆଜି ମଧ୍ୟ ଶୟନ ମହାପ୍ରଭୁ ପାର୍ଶ୍ବ ପରିବର୍ତ୍ତନ କରିବାର ପରମ୍ପରା ରହିଛି। ଦକ୍ଷିଣକୁ ମୁଖ କରି ଶୟନ କରିଥିବା ମହାପ୍ରଭୁ ଆଜି ଉତ୍ତରକୁ ପାର୍ଶ୍ବ ପରିବର୍ତ୍ତନ କରିଥାନ୍ତି। ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି ବଢିଥାଏ । ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ପବିତ୍ରା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ସେପଟେ ଆସନ୍ତାକାଲି (ଶନିବାର) ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ। ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ୬୪ ତମ ଅଙ୍କ ସହ ୧୪୨୯ ନୂତନ ବର୍ଷର ଘୋଷଣା କରିବେ। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିବାର ପରମ୍ପରା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.