ETV Bharat / city

କେଦାରନାଥ ପୀଠରେ‌ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ

କେଦାରନାଥ ପୀଠରେ‌ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ନେଇ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ କେଦାରନାଥ ଭଳି ପୁରୀଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତିର ଉନ୍ନତି କରାଯିବ ବୋଲି ଆଶା ଉଜ୍ଜିବିତ ହୋଇଛି । ଅଧିକ ପଢ଼ନ୍ତୁ...

କେଦାରନାଥ ପୀଠରେ‌ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ
କେଦାରନାଥ ପୀଠରେ‌ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ
author img

By

Published : Nov 5, 2021, 5:43 PM IST

ପୁରୀ: ଉତ୍ତରାଖଣ୍ଡର କେଦାରନାଥ ପୀଠରେ‌ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଛି । କେଦାରନାଥ ପୀଠର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଚାରି ଧାମକୁ ଭିଡିଓ କନଫରେସିଂ ମାଧ୍ୟମରେ ସଂଯୋଜିତ କରାଯାଇଥିଲା ।

କେଦାରନାଥ ପୀଠରେ‌ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ

ପୁରୀର ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସରରେ ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁରୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଠାଧୀଶ ଓ ଧର୍ମାଚାର୍ଯ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସବୁ ଧର୍ମପୀଠର ଉନ୍ନତିକରଣ କାର୍ଯ୍ୟ ଓ ଏକାଠି ଯୋଡ଼ିବାର ପ୍ରୟାସକୁ ଧର୍ମାଚାର୍ଯ୍ୟମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଧ୍ୟାତ୍ମିକତା ଓ ବୈଷୟିକ ଜ୍ଞାନରେ ଭାରତ ବିଶ୍ଵରେ ପ୍ରମୁଖ ଦେଶ ଭାବେ ପରିଗଣିତ ହେବାକୁ ଯାଉଥିବା ମତ ଦେଇଛନ୍ତି ମଠାଧୀଶ । ଆଗାମୀ ଦିନରେ କେଦାରନାଥ ଭଳି ପୁରୀଧାମର ମଧ୍ୟ ବିକାଶ ସହ ମଠ ସଂସ୍କୃତିର ଉନ୍ନତି କରାଯିବ ବୋଲି ଆଶା ଉଜ୍ଜିବିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ଓ ପୁରୀ ବିଧାୟକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କେଦାରନାଥରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଅନ୍ୟାନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ସିଧାପ୍ରସାରଣ କରାଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.