ଭୁବନେଶ୍ବର: ପୁରୀ ଗଲେ ମୋବାଇଲ ଦେବି । ଏମିତି କହି ଜଣେ ଯୁବତୀଙ୍କୁ ବିଚ ରାସ୍ତାରେ ହଇରାଣ ହରକତ କରୁଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ସୋସିଆଲ ମିଡିଆରେ କିଛି ଦିନର କଥାବାର୍ତ୍ତା ପରେ ନିବିଡ ସମ୍ପର୍କ (Social media love game) ପରେ ଧୋକା ଏଭଳି ନାଟକୀୟ ଘଟଣା ଘଟଣା ଘଟିଛି ରାଜଧାନୀରେ । ସୂଚନା ଅନୁଯାୟୀ ଜିତୁ ଦାସ ନାମକ ଜଣେ ଯୁବକ ପଳାଶୁଣିରେ ରହୁଥିବା ଜଣେ ଯୁବତୀଙ୍କୁ ଜାନୁଆରୀ ୧ ତାରିଖରେ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ଯୁବତୀ ଜଣଙ୍କ ସାଙ୍ଗ ହେବା ପରେ ଚାଲିଥିଲା କଥାବାର୍ତ୍ତା ।
ଏହାରି ଭିତରେ ଉଭୟ ଉଭୟଙ୍କ ଫୋନ ନମ୍ବର ଦ୍ବାରା ସଂପର୍କ ବଢିଯାଇଥିଲା । ଗତକାଲି ଯୁବତୀ ଜଣଙ୍କ ନିଜ କାମ ସାରି ଘରକୁ ଫେରୁଥିବା ସମୟରେ ପଛ ପଟୁ ଜିତୁ ଆସି ଫୋନ ଛଡ଼ାଇ ଚାଲିଯାଇଥିଲା । ଏନେଇ ଯୁବତୀ ଜଣଙ୍କ ତାଙ୍କ ଘର ମାଲିକଙ୍କୁ ଜଣାଇଥିଲେ ଏବଂ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ଯୁବତୀଜଣଙ୍କ ଅନ୍ୟ ଏକ ଫୋନ ନମ୍ବରରେ ଚୋରି ହୋଇଥିବା ନମ୍ବରକୁ କଲ କରିବା ପରେ ଜିତୁ ତାଙ୍କୁ ପୁରୀ ଗଲେ ଫୋନ ଦେବାକୁ କହିଥିଲେ । ଯୁବତୀ ଜଣଙ୍କ ଫୋନ ପାଇବା ଆଶାରେ ଯୁବକଙ୍କୁ ପଳାଶୁଣୀ ଛକ ନିକଟକୁ ଡାକିଥିଲେ ।
ଯୁବତୀ ତାଙ୍କ ଘର ମାଲିକଙ୍କ ସାଙ୍ଗରେ ଧରି ଯୁବକ ପାଖକୁ ଯିବା ସମୟରେ କାରରେ ଥିବା ଜିତୁ ଉଭୟଙ୍କୁ ଗାଡି ଚଢାଇ ମାରିଦେବକୁ ଉଦ୍ୟମ କରି ଫେରାର ହୋଇଯାଇଥିଲା । ଯୁବତୀଙ୍କ କହିବା ଅନୁଯାୟୀ ଜିତୁ ଦାସ ଜଣେ ପୋଲିସ କର୍ମୀ ତାଙ୍କର ଫେସବୁକ ଆକାଉଣ୍ଟରେ ପୋଲିସ ଡ୍ରେସ ପିନ୍ଧା ଅନେକ ଫଟୋ ରହିଛି । ଥାନାରେ ଅଭିଯୋଗ କଲେ ସେ ଯୁବତୀଙ୍କୁ କୌଣସି ଜାଗାରେ ରଖିଦେବି ନାହିଁ ବୋଲି ଧମକ ଦେଇଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ