ETV Bharat / city

ବଡଦାଣ୍ଡରେ ମେଲିଲା ପସରା, ବ୍ୟବସାୟୀଙ୍କ ମୁହଁରେ ଫୁଟିଲା ହସ

ଲକ ଡାଉନ ପରେ ସ୍ବାଭାବିକ ହୋଇଛି ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର। ଖୋଲିଲାଣି ହୋଟେଲ ଓ ଛୋଟବଡ ଦୋକାନ । ଭଲ ଦି ପଇସା ରୋଜଗାର ନେଇ ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ...

smile returns to Puri hotels and small business owner after tourist started flourishing to city
ଜଗା ଦାଣ୍ଡରେ ମେଲିଲା ପସରା,ବ୍ୟବସାୟୀଙ୍କ ମୁହଁରେ ଫୁଟିଲା ହସ
author img

By

Published : Jan 5, 2021, 8:06 PM IST

ପୁରୀ : ହଟିଛି ଲକଡାଉନ ଓ ସଟ ଡାଉନ । ଧିରେ ଧିରେ ସ୍ବାଭାବିକ ହେଉଛି ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର । ପୁଣି ଚଳଚଞ୍ଚଳ ହୋଇ ଉଠିଲାଣି ବଡ ଦାଣ୍ତ। 3 ତାରିଖରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋଣାର୍କ ମଧ୍ୟ ଖୋଲି ଗଲାଣି । କୋଭିଡ କଟକଣା ମାନି ହୋଟେଲ ଖୋଲିଲେଣି ମାଲିକ । ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ମୁହଁରେ ଫୁଟିଲାଣି ହସ । ବଡଦାଣ୍ତ ଠୁ ଆରମ୍ଭ କରି ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ସମସ୍ତ ହୋଟେଲରେ ବ୍ୟାପକ ବ୍ୟବସ୍ଥା ହୋଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୋଟେଲର କୋଠରୀକୁ ସାନିଟାଇଜ କରାଯାଉଛି । କେବଳ ସେତିକି ନୁହେଁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଲଗେଜକୁ ମଧ୍ୟ ଭଲ ଭାବରେ ପରିସ୍କାର କରାଯାଉଛି । ମାଲିକ ମାନେ ଆଶା ରଖିଛନ୍ତି ଦୀର୍ଘ 9 ମାସ ଧରି ସହିଥିବା ଆର୍ଥିକ କ୍ଷତି ଏବେ ପୂରଣ ହେବ । ତେବେ, ପୁରୀରେ 8 ଶହରୁ ଅଧିକ ଛୋଟ ବଡ଼ ହୋଟେଲ , ଲଜିଂ ଓ ଗେଷ୍ଟ ହାଉସ ରହିଛି ।

ଜଗା ଦାଣ୍ଡରେ ମେଲିଲା ପସରା,ବ୍ୟବସାୟୀଙ୍କ ମୁହଁରେ ଫୁଟିଲା ହସ
ସଂକ୍ରମଣ ପାଇଁ ଉଠା ଦୋକାନୀଙ୍କ ରୋଜଗାର ବି ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକଙ୍କ ଆଗମନରେ କଟକଣା ଥିବାରୁ ଜୀବିକା ଠପ ହୋଇପଡିଥିଲା । କୋଭିଡ ନିୟମ କୋହଳ ହେବାରୁ ଏବେ ସବୁକିଛି ଠିକ୍ ଠାକ୍ । ସମୁଦ୍ରକୂଳରେ ଥିବା 25ଶହରୁ ଅଧିକ ଉଠାଦୋକାନୀ ସେମାନଙ୍କ ବେପାର ଆରମ୍ଭ କରିଛନ୍ତି । ଆଶା ରଖିଛନ୍ତି ଆଗ ପରି ବେପାର ଜମିବ । ଶ୍ରୀକ୍ଷେତ୍ରକୁ ଆରମ୍ଭ ହୋଇଛି ଭକ୍ତଙ୍କ ଆଗମନ । ତେବେ ଛୋଟରୁ ବଡ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.