ETV Bharat / city

ପୁରୀ ବସ୍ତିବାସୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା - puri health checkup

ପୁରୀରେ ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ପ୍ରତି 5 ଦିନରେ ବସ୍ତିକୁ ଆସିବେ ସ୍ବାସ୍ଥ୍ୟକର୍ମୀ। ଅଧିକ ପଢନ୍ତୁ...

slum area people health checkup
ପୁରୀ ବସ୍ତି ବାସିନ୍ଦାଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା
author img

By

Published : Apr 20, 2020, 7:02 PM IST

ପୁରୀ: କୋରୋନା ସତର୍କତା ନେଇ ପୁରୀରେ ବସ୍ତିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ଥିବା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ କରାଯିବ। ସହରରେ ଥିବା ବସ୍ତିରେ କୋଭିଡ 19 ଭୂତାଣୁ ବ୍ୟାପିଛି ନା ନାହିଁ ସେନେଇ ଅବଗତ ହେବା ଏକି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ, ପୁରୀ ସହର 63ଟି ବସ୍ତିର 25 ହଜାର ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଗଠିତ ହୋଇ ଥିବା ସ୍ୱତନ୍ତ୍ର ଟିମ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିବରଣୀ ସଂଗ୍ରହ କରିବେ। ଏହି ସ୍ୱତନ୍ତ୍ର ଟିମରେ ଆଶା, ଏଏନଏମ, ଅଙ୍ଗନବାଡିକର୍ମୀ, ସ୍କୁଲ ଶିକ୍ଷକ ରହିବେ। ଏମାନେ ପ୍ରତି 5 ଦିନରେ ବସ୍ତି ବାସିନ୍ଦାଙ୍କ ଘରକୁ ଯାଇ ସ୍ବାସ୍ଥ୍ୟଗତ ବିବରଣୀ ଓ ମୋବାଇଲ ନମ୍ବର ସଂଗ୍ରହ କରିବେ।

15 ଦିନ ଯାଏଁ ପୁରୀରେ ଏହି ଅଭିଯାନ ଚାଲିବ। ଟିମ ବସ୍ତିକୁ ନଯିବା ଦିନ ମୋବାଇଲ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ। ଯଦି କାହାର ଥଣ୍ଡା କାଶ ଥାଏ ତେବ, ସେ ଲୋକଙ୍କ କୋଭିଡ 19 ପରୀକ୍ଷା କରାଯିବ। ଏହା ଦ୍ୱାରା କରୋନା ଭୁତାଣୁ ବ୍ୟାପିଛି କି ନାହିଁ ତାହା ଜଣାପଡିବ। ଏ ନେଇ 125ଟି ଟିମ ଗଠନ ହୋଇଛି। ତେବେ ଏହି ଟିମ ଘରକୁ ଗଲେ ସହଯୋଗ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁରୋଧ କରିଛନ୍ତି।

ଏହି ଟିମରେ ସାମିଲ ଥିବା ପ୍ରତ୍ୟକ ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନ୍ୟବାଦ ଦେବା ସହ ଏହି ଅଭିଯାନ ନିଶ୍ଚିତ ସଫଳ ହେବ ବୋଲି ଆଶା କରିଛନ୍ତି। ସେହିପରି ପୁରୀ ବାସିନ୍ଦା ଯେଭଳି ଆଜି ପର୍ଯ୍ୟନ୍ତ କୋଭିଡ 19 ଭୁତାଣୁକୁ ପୁରୀ ସହରରେ ପ୍ରବେଶ କରେଇ ଦେଇ ନାହାନ୍ତି ସେ ନେଇ ପୁରୀ ସହରବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ସିଡିଏମଓ ନୀଳକଣ୍ଠ ମିଶ୍ର। ସମସ୍ତେ ସରକାରଙ୍କ ନିୟମ ମାନି ହାତ ସାବୁନରେ ଧୋଇବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ କେଵଳ ଦରକାର ଥିଲେ ଘରୁ ବାହାରିବାକୁ ସେ ଅନୁରୋଧ କରିଛନ୍ତି।।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.