ETV Bharat / city

ଶ୍ରୀମନ୍ଦିରର 7 ଦ୍ବାରରେ ସରିଲା ରୂପା ଛାଉଣୀ କାର୍ଯ୍ୟ - ରୂପା ଛାଉଣୀ

ଶ୍ରୀମନ୍ଦିରର 7ଟି ଦ୍ବାରରେ ଶେଷ ହେଲା ରୂପା ଛାଉଣୀ କାର୍ଯ୍ୟ । ଦୈନନ୍ଦିନ ନୀତିକାନ୍ତି ଚାଲୁଥିବାରୁ ଆସନ୍ତା ରଥଯାତ୍ରା ସମୟରେ ବାକି ଦ୍ବାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରର 7 ଦ୍ବାରରେ ଶେଷ ହେଲା ରୂପା ଛାଉଣୀ କାର୍ଯ୍ୟ

author img

By

Published : Sep 3, 2021, 5:07 PM IST

ପୁରୀ: ଶ୍ରୀମନ୍ଦିର ଦ୍ବାରରେ ଚାଲିଛି ରୂପା ଛାଉଣୀ କାର୍ଯ୍ୟ । ରୂପା ଛାଉଣୀ ପାଇଁ ପ୍ରସ୍ତାବିତ 8ଟି ଦ୍ବାରରୁ 7ଟି ଦ୍ବାରରେ କାମ ଶେଷ ହୋଇଛି । ପୂର୍ବରୁ ଆଦି ନୃସିଂହ ମନ୍ଦିର ଓ ମା' ବିମଳାଙ୍କ ମନ୍ଦିର ଦ୍ବାର କାମ ଶେଷ ହୋଇଥିବାବେଳେ ଗୁରୁବାର ମା ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ବାରରେ ଶେଷ ସ୍ପର୍ଶ ଦିଆଯାଇଛି । ନବନିର୍ମିତ ଦ୍ବାର ଲାଗିବା ପରେ ଏଥିରେ ରୂପା ଚାଦର ସହ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବର୍ଗାକାର ରୂପା ପ୍ଲେଟ ସଂଯୋଗ କରାଯାଇଛି । ଯାହାକି ବେଶ୍ ଆକର୍ଷଣୀୟ ହୋଇଛି ।

ଶ୍ରୀମନ୍ଦିରର 7 ଦ୍ବାରରେ ଶେଷ ହେଲା ରୂପା ଛାଉଣୀ କାର୍ଯ୍ୟ

ଶ୍ରୀମନ୍ଦିରର ବେହେରଣ ଦ୍ବାର, ଜୟ-ବିଜୟ ଦ୍ବାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର, ସାତପାହାଚ ଦ୍ବାର, ଆଦିନୃସିଂହ ମନ୍ଦିର, ମା' ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ବାରର ନୂଆ କବାଟ ବର୍ମା ଟିକରେ ନିର୍ମାଣ ସରିଥିବାବେଳେ ପର୍ଯ୍ୟାୟକ୍ରମେ ଏଥିରେ ରୂପା ଚାଦର ଆଚ୍ଛାଦିତ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ରଥଯାତ୍ରା ପୂର୍ବରୁ ନୂଆ ବର୍ମା ଟିକରେ ନିର୍ମିତ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ବ ଦ୍ବାର କବାଟ ଲାଗିବା ପରେ ଏହା ଉପରେ ରୂପା ଚାଦର ଲଗାଯାଇଛି । ମୁମ୍ବାଇରୁ ଆସିଥିବା କାରିଗରମାନେ ଏହି କାର୍ଯ୍ୟ କରିଛନ୍ତି ।

କେବଳ କଳାହାଟ ଦ୍ବାରରେ ରୂପା ଛାଉଣୀ କାର୍ଯ୍ୟ ବାକି ରହିଛି । ଯେହେତୁ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ଚାଲିଛି, ବର୍ତ୍ତମାନ ସ୍ଥିତିରେ ଏହି ଦ୍ବାର କାର୍ଯ୍ୟ ସମ୍ଭବ ନ ଥିବାରୁ ଆସନ୍ତା ରଥଯାତ୍ରା ସୁଦ୍ଧା ଦ୍ବାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.