ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । 2022-23 ଆର୍ଥିକ ବର୍ଷର ବଜେଟ, ଚନ୍ଦନ ଯାତ୍ରା ଓ ରଥଯାତ୍ରା ନେଇ ଆଲୋଚନା ହେବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ବଡ଼ ଦାଣ୍ଡର ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଆରମ୍ଭ ହୋଇଛି । 2022-23 ଆର୍ଥିକ ବର୍ଷର ବଜେଟ ଆଗତ ନେଇ ଆଲୋଚନା ହେବ । ଏଥିସହ ଚଳିତ ବର୍ଷର ଚନ୍ଦନ ଯାତ୍ରା ଏବଂ ରଥଯାତ୍ରା ନେଇ ପ୍ରସ୍ତୁତି ବିଷୟରେ ହେବ ଆଲୋଚନା । 2ଶହ 37କୋଟି 58ଲକ୍ଷର ବଜେଟ ଆଗତ କରାଯିବ । ପରିଚାଳନା କମିଟିର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ, ପୁରୀ ଜିଲ୍ଲାପାଳ ଓ ଏସପି ବୈଠକରେ ଉପସ୍ଥିତ ରହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ