ETV Bharat / city

ନାହାନ୍ତି ସ୍ଥାୟୀ ମୁଖ୍ୟ ପ୍ରଶାସକ, ଅସୁରକ୍ଷିତ ହୋଇ ପଡ଼ୁଛି ଶ୍ରୀମନ୍ଦିର ! - ଶ୍ରୀମନ୍ଦିର ରୋଷଘର ଭାଙ୍ଗିଲା

ଶ୍ରୀମନ୍ଦିରେ ଭିତରେ ଘଟୁଥିବା ଘଟଣାଗୁଡ଼ିକୁ ଦେଖିଲେ ଶ୍ରୀମନ୍ଦିର ଅସୁରକ୍ଷିତ(shri mandir getting insecure) ହୋଇ ପଡ଼ିଥିବା ମନେ ହେଉଛି । ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଛୁଟି ରହିଛନ୍ତି । ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ କେବେ ରହିବେ ତାହାକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ

ନାହାନ୍ତି ସ୍ଥାୟୀ ମୁଖ୍ୟ ପ୍ରଶାସକ, ଅସୁରକ୍ଷିତ ହୋଇ ପଡ଼ୁଛି ଶ୍ରୀମନ୍ଦିର !

author img

By

Published : Aug 16, 2022, 9:36 PM IST

Updated : Aug 16, 2022, 10:13 PM IST

ପୁରୀ: ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର(shri mandir getting insecure) । ହେଲେ ଶ୍ରୀମନ୍ଦିର ସୁରକ୍ଷା କଥା କେହି ଚିନ୍ତା କରୁଥିବା ମନେ ହେଉନାହିଁ । ବିଗତ ଦିନରେ ଘଟଣାକୁ ଦେଖିଲେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନଥିବାରୁ ଏଭଳି ପ୍ରଶ୍ନ ଏବେ ଉଠିବାରେ ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏହାକୁ ରାଜ୍ୟ ସରକାର ଅମାନ୍ୟ କରୁଥିବା ଅଭିଯୋଗ ହୋଇଛି ।

ନାହାନ୍ତି ସ୍ଥାୟୀ ମୁଖ୍ୟ ପ୍ରଶାସକ, ଅସୁରକ୍ଷିତ ହୋଇ ପଡ଼ୁଛି ଶ୍ରୀମନ୍ଦିର !

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚିନ୍ତା

ଶ୍ରୀମନ୍ଦିର ବାଇଶି ପାହାଚରେ ବର୍ଷା ଜଳ ଲହଡ଼ା ମାରିଥିବା ଦେଖା ଦେଇଛି । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛି ଦିନ ପୂର୍ବରୁ ଗର୍ଭଗୃହରୁ ଚୁନପଥର ଖସିଥିଲା । ପୂର୍ବରୁ ବେହେରଣ ଦ୍ବାର ନିକଟରୁ ଜଣେ ଯୁବକ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ(youngman climb shri mandir) । ଏହାପୂର୍ବରୁ ଜଣେ ଯୁବକ ରୋଷଘରେ ପଶି ଚୁଲି ଭାଙ୍ଗିଥିଲେ(shri mandir kitchen broke) । ଅନେକ ଥର ଶ୍ରୀମନ୍ଦିର ଭିତର ଦୃଶ୍ୟ ଭାଇରାଲ ହେବା ନଜିର ରହିଛି(shri mandir video viral) । ଏସବୁ ଘଟଣା ପରେ ବଡ଼ ପ୍ରଶ୍ନ ଉଠୁଛି କେତେ ସୁରକ୍ଷିତ ଶ୍ରୀମନ୍ଦିର ?

ନାହାନ୍ତି ସ୍ଥାୟୀ ପ୍ରଶାସକ

ଶ୍ରୀମନ୍ଦିରରେ ଏଭଳି ଘଟଣାମାନ ଘଟି ଚାଲୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ୧୯ ଦିନ ପାଇଁ ଛୁଟିରେ ରହିଛନ୍ତି । ତେବେ ତାଙ୍କ ସ୍ଥାନରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ କାହାରିକୁ ଦାୟିତ୍ବ ନଯିବା ଚିନ୍ତାର ବିଷୟ ପାଲଟିଛି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ହାତରେ ପୂର୍ତ୍ତ ବିଭାଗ ଏବଂ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ରହିଛି । ଶ୍ରୀମନ୍ଦିର ସ୍ଥାୟୀ ପ୍ରଶାସକ ନଥିବାରୁ ମନ୍ଦିର ପ୍ରତି ଉଚିତ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏସବୁ ଜାଣି ରାଜ୍ୟ ସରକାର ଚୁପ୍‌ ବସିବା ଶୀମନ୍ଦିର ସୁରକ୍ଷାକୁ ଆହୁରି ବିପଦ ଆଡ଼କୁ ଠେଲି ଦେଉଛି ।

ନିଦା ବିଷ୍ଣୁ ରାଜ୍ୟ ସରକାର !

ବିନା ମୁଖିଆରେ ଶ୍ରୀମନ୍ଦିର କେତେ ସୁରକ୍ଷିତ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରକୁ ରାଜ୍ୟ ସରକାର ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଗତ ଅଗଷ୍ଟ ୮ ତାରିଖରେ ରତ୍ନଭଣ୍ଡାର ମରାମତି କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଏଏସ୍‌ଆଇ । ଏହାକୁ ନେଇ କୌଣସି ଉତ୍ତର ରଖି ନାହାନ୍ତି ରାଜ୍ୟ ସରକାର । ଏହାପୂର୍ବରୁ ୨୦୧୮ ଏପ୍ରିଲ ମାସରେ ମଧ୍ୟ ରତ୍ନ ଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା । ତାହା ମଧ୍ୟ କରାଇ ଦେଇନଥିଲେ ରାଜ୍ୟ ସରକାର । ଏହାପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ସୁରକ୍ଷା ନେଇ ଚିନ୍ତା ବଢ଼ିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଶ୍ରୀମନ୍ଦିର ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନଦେବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ସନ୍ଦେହ ସୃଷ୍ଟି କରୁଛି । ସେପଟେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଛୁଟିରେ ରହିଛନ୍ତି ମୁଖ୍ୟ ପ୍ରଶାସକ । ଏହି ସମୟରେ ଶ୍ରୀମନ୍ଦିରର କିଛି ଅଘଟଣ ଘଟିଲେ ଦାୟୀ କିଏ ରହିବ ତାହା ଏବେ ବଡ଼ ପ୍ରଶ୍ନ ।

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

Last Updated : Aug 16, 2022, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.