ପୁରୀ: କୋରୋନା ସଂକ୍ରମଣ ଭୟ କାରଣରୁ ତଥା ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା ସଂକ୍ରାନ୍ତରେ ସରକାର ବିଚାର କରୁଥିବା ଜଣାପଡିଛି । ହାଇକୋର୍ଟ ରଥକୁ ମେସିନ କିମ୍ବା ହାତୀ ଦ୍ବାରା ଟାଣିବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ତେବେ ଏହାକୁ ସେବାୟତ ଗ୍ରହଣ କରି ପାରିନାହାଁନ୍ତି । ମେସିନ୍ ଯୋଗେ ରଥଟଣା ପରମ୍ପରା ବିରୋଧୀ । ଏହାସହ ହାତୀ ଦ୍ବାରା ରଥଟଣା ମଧ୍ୟ ସମ୍ଭବପର ନୁହେଁ ବୋଲି କହିଛି ସୁଦ୍ଧ ସୁଆର ନିଯୋଗ। ଏପରିସ୍ଥଳେ ଚଳିତ ଥର ରଥ କିଏ ଟାଣିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ରଥ ଟଣା ମେସିନ ଦ୍ବାରା ପରମ୍ପରା ବିରୋଧୀ, ଯଦି ହାତୀ ଦ୍ବାରା ରଥ ଟଣା ଯାଏ ତାହାବି ସମ୍ଭବ ହେବ ନାହିଁ । କାରଣ ରଥ ଟଣା ପାଇଁ ପୋଷା ହାତୀ ଦରକାର ରହିଛି। ସେହିପରି ରଥ ଟାଣିବା ପାଇଁ ତାଲିମପ୍ରାପ୍ତ ହାତୀ ଦରକାର । ସେହିପରି ବର୍ତ୍ତମାନ ବଡ଼ଦାଣ୍ଡରେ ରଥ ଚାଲିବା ସମ୍ଭବ ନୁହେଁ । ରଥ ଚାଲିବା ପାଇଁ ଅନେକ କୌଶଳ ରହିଛି । କେଉଁଠି ରଥ ରହିବ, କେତେ ସାଇଟରେ ଯିବ ତାହା ହାତୀ ଦ୍ବାରା ରଥଟଣାରେ ସମ୍ଭବ ନୁହେଁ । ତେଣୁ ତିନି ରଥ ସେବାୟତ ଓ ପୋଲିସ କର୍ମଚାରୀ ମାନେ ଟାଣନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଇଛି ଦଇତାପତି ସୁଦ୍ଧ ସୁଆର ନିଯୋଗ ।
ରଥଟାଣିବା ପାଇଁ ତାଲିକା ଦେଲା ସୁଦ୍ଧସୁଆର ନିଯୋଗ । ରଥଟଣାରେ ନିୟୋଜିତ ହେବେ ୫୦ ଜଣ । ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୧୮ବର୍ଷରୁ କମ ସଦସ୍ୟଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ମେସିନ୍ ଯୋଗେ ରଥକୁ ଟଣା ପ୍ରସଙ୍ଗକୁ କଲେ ବିରୋଧ । ମେସିନ ଯୋଗେ ରଥ ଟଣା ପରମ୍ପରା ବିରୋଧୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ