ପୁରୀ: ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ ଆରମ୍ଭ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଚଳିତ ବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି । ଏଣୁ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ । ରଥଯାତ୍ରା ପୂର୍ବରୁ ସମସ୍ତ ମୌଳିକ ସମସ୍ୟା ଦୂର କରିବା ପାଇଁ ପ୍ରସ୍ତୁତି ଚାଲିଛି ।
ରଥ ନିର୍ମାଣ,ରଥ ଦଉଡି ଯୋଗାଣ, ନିତିକାନ୍ତି ଶୃଙ୍ଖଳିତ ଉପରେ ଆଲୋଚନା ସହ ସହରର ବିଦ୍ୟୁତ ଯୋଗାଣ,ସ୍ବାସ୍ଥ୍ୟ ଓ ପରିମଳ,ପାନୀୟଜଳ, ଡ୍ରେନେଜ ବ୍ୟବସ୍ଥା, ସଡକ ଓ ପରିବହନ, ରେଳ ଚଳାଚଳ, ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ବୈଠକରେ ଆଇନମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ଉପସ୍ଥିତ ଥିବା ବେଳେ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି ।