ETV Bharat / city

ଶ୍ରୀମନ୍ଦିର ଜାତୀୟ ସ୍ମାରକୀ ପ୍ରାଧୀକରଣ ପ୍ରସ୍ତାବିତ ବାଇ ଲ’କୁ ସେବାୟତଙ୍କ ବିରୋଧ - temple's National Monument Authority

ବାଇ ଲ’ରେ ଶ୍ରୀମନ୍ଦିରକୁ ଲାଗି କରି 100 ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏଥିସହ ନିଷିଦ୍ଧାଞ୍ଚଳ ଠାରୁ 200 ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି । ଏହା ଦ୍ବାରା ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କାରେ ସେବାୟତଙ୍କ ମହଲରେ ଜୋରଦାର ବିରୋଧ କରାଯାଉଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଜାତୀୟ ସ୍ମାରକୀ ପ୍ରାଧୀକରଣ ପ୍ରସ୍ତାବିତ ବାଇ ଲ’କୁ ସେବାୟତଙ୍କ ବିରୋଧ

author img

By

Published : Feb 7, 2021, 1:40 PM IST

Updated : Feb 7, 2021, 3:19 PM IST

ପୁରୀ: ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧୀକରଣ ପ୍ରସ୍ତାବିତ ଅଧିନିୟମ ବାଇ ଲ’ କୁ ସେବାୟତଙ୍କ ବିରୋଧ । ବାଇ ଲ’ରେ ଶ୍ରୀମନ୍ଦିରକୁ ଲାଗି କରି 100 ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏଥିସହ ନିଷିଦ୍ଧାଞ୍ଚଳ ଠାରୁ 200 ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି । ନିଷିଦ୍ଧା ଅଞ୍ଚଳରେ କୌଣସି ବି ନିର୍ମାଣ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ ରହିଛି ।

ଶ୍ରୀମନ୍ଦିର ଜାତୀୟ ସ୍ମାରକୀ ପ୍ରାଧୀକରଣ ପ୍ରସ୍ତାବିତ ବାଇ ଲ’କୁ ସେବାୟତଙ୍କ ବିରୋଧ

ଏହାସହ ନିୟନ୍ତ୍ରିତ ଅଞ୍ଚଳର ନିର୍ମାଣଗୁଡିକର ଉଚ୍ଚତା 9 ମିଟର ମଧ୍ୟରେ ସୀମିତ ରଖିବାକୁ ବାଇ ଲ’ରେ ଉଲ୍ଲେଖ ରହିଛି । ଏହି ପ୍ରସ୍ତାବିତ ବାଇ ଲ’କୁ ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା 18 ତାରିଖ ମଧ୍ୟରେ ଚିଠା ବାଇ ଲ’ ସମ୍ପର୍କିତ ଅଭିଯୋଗ ଲୋକମାନେ ଦାଖଲ କରିପାରିବେ । ତେବେ ଏହି ଚିଠା ପ୍ରସ୍ତୁତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ କୌଣସି ମତାମତ ଲୋଡା ଯାଇନଥିବା ଜଣାପଡିଛି ।

ସେପଟେ ଏଭଳି ପ୍ରସ୍ତାବିତ ବାଇ ଲ’କୁ ନେଇ ସେବାୟତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏଭଳି ଚିଠା ପ୍ରସ୍ତୁତ କରିବା ପୂର୍ବରୁ ଆଲୋଚନା କରିବା ଦରକାର ଥିଲା ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସେବାୟତ । ଏହି ନୂଆ ନିୟମ ଫଳରେ ସେବାୟତମାନେ କ୍ଷତି ସହିବେ। କୌଣସି ଘର ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନେବାକୁ ପଡିବ। ଯାହାକି ଏତେ ସହଜ ନୁହେଁ। ଶ୍ରୀମନ୍ଦିରରେ କାର୍ଯ୍ୟ ପାଇଁ ଏଏସଆଇ ଅନୁମତି ପାଇଁ ମାସ ମାସ ସମୟ ଲାଗୁ ଥିବା ବେଳେ ସେବାୟତ ଟିଏ ନିଜ ଘର ମରାମତି ପାଇଁ କଣ ମାସ ମାସ ଧରି ଅପେକ୍ଷା କରିବ ବୋଲି ସେବାୟତ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁପାର୍ଶ୍ବରୁ 75 ମିଟର ଉଚ୍ଛେଦ ଫଳରେ ସେବାୟତମାନେ ଅନେକ କ୍ଷତି ସହିଛନ୍ତି। ନିଜର ଘର, ଜାଗା ହରାଇଛନ୍ତି। ପୁଣି 300 ମିଟର ନିଷିଦ୍ଧ ଅଞ୍ଚଳ ହେଲେ ଭବିଷ୍ୟତ ସେବାୟତମାନେ ରହିବା ଏକ ପ୍ରକାର ମୁସ୍କିଲ ହୋଇ ପଡିବ। ଅଗାମୀ ଦିନରେ ପୁଣି ଉଚ୍ଛେଦ ହେବା ନେଇ ସମସ୍ତେ ଆଶଙ୍କାରେ ରହିଛନ୍ତି। ତେବେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ନ କଲେ ସେବାୟତ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏପରିକି ଏନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ଚେତାବନୀ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ନୀତିକାନ୍ତି ସ୍ବତନ୍ତ୍ର। ଏହାକୁ କୌଣସି ସ୍ମାରକୀ ସହ ତୁଳନା ଠିକ ନୁହେଁ ବୋଲି ସେବାୟତ କହିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 7, 2021, 3:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.