ETV Bharat / city

ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ 'ବଡ଼ଦାଣ୍ଡ ସେବା' କାର୍ଯ୍ୟକ୍ରମ

author img

By

Published : Mar 4, 2021, 9:24 PM IST

Updated : Mar 4, 2021, 10:34 PM IST

ପୁରୀରେ ଆରମ୍ଭ ହେବ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ । ମୋ' ଧାମ ମୋ' ଗର୍ବ ଅଭିଯାନ ଅନ୍ତର୍ଗତ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ

ପୁରୀ: ପୁରୀରେ ଆରମ୍ଭ ହେବ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ। ମୋ' ଧାମ ମୋ' ଗର୍ବ ଅଭିଯାନ ଅନ୍ତର୍ଗତ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଆସନ୍ତା ଶନିବାର ତଥା ମାର୍ଚ୍ଚ 6 ତାରିଖରୁ ଆରମ୍ଭ ହେବ ଏହି ବଡଦାଣ୍ତ ସେବା କାର୍ଯ୍ୟ। ପ୍ରତ୍ୟେକ ଶନିବାର ସକାଳ ୬.୩୦ରୁ ୮.୩୦ଯାଏଁ ଏହି ବଡ଼ଦାଣ୍ଡ ସେବା କାର୍ଯ୍ୟ ଆରମ୍ଭ କରାଯିବ। ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ନେଇ ସୂଚନା ଦେଇଛନ୍ତି।

ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ 'ବଡ଼ଦାଣ୍ଡ ସେବା' କାର୍ଯ୍ୟକ୍ରମ

ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ ସ୍ବେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆହ୍ବାନ ଦିଆଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ, ମରିଚିକୋଟ ଛକରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ, ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ପାଞ୍ଚଟି ସ୍ଥାନରେ ଏହି ସେବା ଆରମ୍ଭ କରାଯିବ। ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ହୋଟେଲ, ବସ, ଟ୍ରକ, ଅଟୋ, ବାଣିଜ୍ୟିକ ସଂଘ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସହଯୋଗ କରିବେ ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯିବ। ଏଥିପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି। ପ୍ରାୟ ଦେଢ଼ ହଜାର ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ଏହି ସଂଖ୍ୟାରେ ବୃଦ୍ଧି ହେବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ ।

ଏଥିସହ ଏହିଦିନ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଏକ କିଲୋଗ୍ରାମରୁ ଅଧିକ ଓଜନର ପ୍ଲାଷ୍ଟିକ ଦେଉଥିବା ବ୍ୟକ୍ତିଙ୍କୁ ଗୋଟିଏ ଟି- ସାର୍ଟ ହୋଟେଲ ଆସୋସିଏସନ୍ ଏବଂ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯିବ। ଏହାକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 4, 2021, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.