ETV Bharat / city

ମିଶନ ‘ଦେବୀ କଚ୍ଛପ କଲ୍ୟାଣମ୍‘ ମାଧ୍ୟମରେ ବେଳାଭୂମି ସଫେଇ ଅଭିଯାନ ଆରମ୍ଭ

ବେଳାଭୂମି ସଫେଇ ଅଭିଯାନ ଆରମ୍ଭ । ବିରଳ ପ୍ରଜାତିର କଇଁଛଙ୍କ ସମୂହ ଅଣ୍ଡାଦାନସ୍ଥଳୀ ଅସ୍ତରଙ୍ଗ ଦେବୀ ମୁହାଣ ବିପର୍ଯ୍ୟସ୍ତ । ମିଶନ ‘ଦେବୀ କଚ୍ଛପ କଲ୍ୟାଣମ୍’ ମାଧ୍ୟମରେ ସଫେଇ ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ....

author img

By

Published : Oct 2, 2020, 11:03 AM IST

sea beach cleaning mission started in puri
ମିଶନ "ଦେବୀ କଚ୍ଛପ କଲ୍ୟାଣମ୍ " ମାଧ୍ୟମରେ ସଫେଇ ଅଭିଯାନ ଆରମ୍ଭ

ପୁରୀ: ବେଳାଭୂମି ସଫେଇ ଅଭିଯାନ ଆରମ୍ଭ ହୋଇଛି । ବନ୍ୟା ପରେ ପରେ କୁଢ଼କୁଢ଼ ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଆଦି ବର୍ଜ୍ୟବସ୍ତୁରେ ବିପର୍ଯ୍ୟସ୍ତ ଅବସ୍ଥାରେ ପୁରୀ ଅସ୍ତରଙ୍ଗର ବେଳାଭୂମି | ନିର୍ଦ୍ଧିଷ୍ଟ ଭାବରେ ବିରଳ ପ୍ରଜାତିର କଇଁଛଙ୍କ ସମୂହ ଅଣ୍ଡାଦାନସ୍ଥଳୀ ଅସ୍ତରଙ୍ଗ ଅଞ୍ଚଳର ଦେବୀ ମୁହାଣ ବିପର୍ଯ୍ୟସ୍ତ ହୋଇପଡିଛି । ଆଗକୁ ନଭେମ୍ବର ମାସ ଅର୍ଥାତ କଉଁଛମାନେ ଏହି ସମୟରେ ଅଣ୍ଡାଦେଇ ଥାନ୍ତି । ପ୍ରାୟ ୧୮ ରୁ ୨୦ କିଲୋମିଟର ଅଣ୍ଡାଦାନ ସ୍ଥଳୀ ଏବେ ପ୍ଲାଷ୍ଟିକ ଓ ଆବର୍ଜନା କବଳରେ | ଓଡ଼ିଶାର ଋଷିକୁଲ୍ୟା, ଗହୀରମଥା ସହ ଦେବୀ ମୁହାଣ ଅନ୍ୟଏକ ପ୍ରମୁଖ ଅଣ୍ଡାଦାନ ସ୍ଥଳୀ | ତେଣୁ ଏହାର ପରିସଂସ୍ଥାକୁ ପୁନରୁଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ମିଶନ ‘ଦେବୀ କଚ୍ଛପ କଲ୍ୟାଣମ୍’ |ପରିବେଶ ସୁରକ୍ଷା ସଂଗଠନ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ଟ୍ରଷ୍ଟ ତରଫରୁ ଏକ ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରି ଆସନ୍ତା ଅଣ୍ଡାଦାନଋତୁ ପୂର୍ବରୁ ବେଳାଭୂମି ପରିସଂସ୍ଥାକୁ ସଜାଡିବା ପ୍ରୟାସ ଆରମ୍ଭ ହୋଇଛି ।

ଟ୍ରଷ୍ଟର ୭ ଜଣ ସଦସ୍ୟ ବେଳାଭୂମିରେ ଏକ ପୂର୍ଣ୍ଣକାଳୀନ ମାସିକିଆ କ୍ୟାମ୍ପ କରି ସଫେଇ କାର୍ଯ୍ୟ ଜାରି ରଖିଛନ୍ତି | ଆବର୍ଜନା ଜମି ରହିଲେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନରେ ସମସ୍ୟା ସୃଷ୍ଟି ହେବ । ଅଲିଭ ରିଡଲେଙ୍କ ସୁରକ୍ଷା ଓ ଏହାର ବେଳାଭୂମି ପରିସଂସ୍ଥା ସୁରକ୍ଷା ପାଇଁ ସଂଗଠନ ୨୦୧୪ ରୁ କାର୍ଯ୍ୟ କରିଆସୁଛି । ତେଣୁ ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.