ETV Bharat / city

ବାଲୁକା କଳାରେ ଦିବଂଗତ ସାମ୍ବାଦିକ Kamal Khanଙ୍କୁ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Jan 14, 2022, 6:14 PM IST

ବାଲୁକା କଳାରେ ଦିବଂଗତ ସାମ୍ବାଦିକ କମଲ ଖାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (Sand Artist Sudarshan Pattnaik Tribute To late Journalist Kamal Khan) । ବାଲୁକା କଳା ମାଧ୍ୟମରେ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ବାଲିରେ ବୁମ୍ ଓ କମଲଙ୍କ ଏକ ଚିତ୍ର ଅଙ୍କନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୁଦର୍ଶନ । ଫଟୋ ସେୟାର କରି ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି, 'ଏପରି ଜଣେ ଭେଟେରାନ, ଦୃଷ୍ଟାନ୍ତମୂଳକ ଏବଂ ମହାନ ବ୍ୟକ୍ତିଙ୍କ ଦେହାନ୍ତ ଖବର ମୋତେ ଚକିତ କଲା । ଦିବଂଗତ ଆତ୍ମାର ସଦଗତି କାମନା କରୁଛି ।'

ଏହା ମଧ୍ୟ ପଢନ୍ତୁ:- ହୃଦଘାତରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ କମଲ ଖାନ

ସୂଚନା ଅନୁଯାୟୀ, ଜାତୀୟ ଗଣମାଧ୍ୟମ ସାମ୍ବାଦିକ କମଲ ଖାନଙ୍କ ଆଜି (ଶୁକ୍ରବାର) ହୃଦଘାତରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ରାଜନୈତିକ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉପସ୍ଥାପନା ଥିଲା ବେଶ ଉଚ୍ଚକୋଟୀର । ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ପ୍ରୟାସ ଥିଲା ବେଶ ଚମତ୍କାର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.