ETV Bharat / city

ନବନିର୍ବାଚିତ ରାଷ୍ଟ୍ରପତି ମୁର୍ମୁଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା ବାର୍ତ୍ତା - ନୂତନ ରାଷ୍ଟ୍ରପତିଙ୍କୁ ବାଲୁକା କଳାରେ ଅଭିନନ୍ଦନ

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

ନବନିର୍ବାଚିତ ରାଷ୍ଟ୍ରପତି ମୁର୍ମୁଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା ବାର୍ତ୍ତା

author img

By

Published : Jul 21, 2022, 8:41 PM IST

ପୁରୀ: ଭାରତର ୧୫ତମ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ନିର୍ବାଚନରେ ମୁର୍ମୁଙ୍କ ମହାବିଜୟ ହୋଇଥିବା ବେଳେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଏହି ସର୍ବୋଚ୍ଚ ପଦରେ ଅଳଙ୍କୃତ ହେବାକୁ ଯାଉଛନ୍ତି । ମୁର୍ମୁଙ୍କ ଏହି ଐତିହାସିକ ବିଜୟ ଲାଗି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ଉତ୍କୃଷ୍ଟ ବାଲୁକା କଳା ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ପୁରୀ ବେଳାଭୂମିରେ ଏହି ସୁନ୍ଦର କଳା ନିର୍ମାଣ କରିଛନ୍ତି ।

ଏଥିରେ ସେ ମୁର୍ମୁଙ୍କୁ ଲୋକଙ୍କ ରାଷ୍ଟ୍ରପତି ଭାବେ ସମ୍ବୋଧନ କରିଛନ୍ତି । ଏହି କଳାରେ ସେ ମୁର୍ମୁଙ୍କ ଫଟୋ ଅଙ୍କନ କରିଥିବା ବେଳେ ରାଷ୍ଟ୍ରପତି ଭବନକୁ ମଧ୍ୟ ସ୍ଥାନିତ କରିଛନ୍ତି । ମୁର୍ମୁଙ୍କ ବିଜୟକୁ ନେଇ ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମୁର୍ମୁଙ୍କ ଜନ୍ମଭୂମୀ ମୟୂରଭଞ୍ଜରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରାଯାଉଛି ।

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.