ପୁରୀ: ସଂଗୀତ କ୍ଷେତ୍ରରେ ଅତୁଳନୀୟ ପ୍ରତିଭାର ଅଧିକାରୀ ପ୍ରଖ୍ୟାତ ଗାୟକ ଶ୍ରୀପତି ପଣ୍ଡିତାରାଧ୍ୟାଲୁ ବାଲ ସୁବ୍ରମଣ୍ୟମ ଆଉ ନାହାନ୍ତ । ଯାହାଙ୍କ ଯାଦୁକରୀ କଣ୍ଠରେ ହଜାର ହଜାର ଗୀତ ଅମରତ୍ବ ଲାଭ କରିଥିଲେ ସେ ଆଜି ଚୀରଦିନ ପାଇଁ ଅଫେରା ରାସ୍ତାର ପଥିକ ପାଲିଟିଯାଇଛନ୍ତି । ତେବେ ବାଲୁକା କଳାରେ ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ସୁଦର୍ଶନ ପଟ୍ଟନାୟକ ଟ୍ବିଟ କରି ଏହି ବାଲୁକା କଳାକୁ ସେୟାର କରିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, ଏପରି କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ | ଆପଣ ନିଜ ସଙ୍ଗୀତ ମାଧ୍ୟମରେ ଆମ ହୃଦୟରେ ସବୁଦିନ ପାଇଁ ଚୀର ଅମର ରହିବେ ବୋଲି ସେ ଲେଖିଛନ୍ତି ।
-
Saddened to hear the demise of such a legendary singer Shri #SPBalasubramanyam. You will live forever in our hearts through your music. OmSanti 🙏
— Sudarsan Pattnaik (@sudarsansand) September 25, 2020 " class="align-text-top noRightClick twitterSection" data="
My SandArt at Puri beach in Odisha pic.twitter.com/wWeWDtjol2
">Saddened to hear the demise of such a legendary singer Shri #SPBalasubramanyam. You will live forever in our hearts through your music. OmSanti 🙏
— Sudarsan Pattnaik (@sudarsansand) September 25, 2020
My SandArt at Puri beach in Odisha pic.twitter.com/wWeWDtjol2Saddened to hear the demise of such a legendary singer Shri #SPBalasubramanyam. You will live forever in our hearts through your music. OmSanti 🙏
— Sudarsan Pattnaik (@sudarsansand) September 25, 2020
My SandArt at Puri beach in Odisha pic.twitter.com/wWeWDtjol2
ଭେଟେରାନ ପ୍ଲେବ୍ୟାକ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ(ଏସପିବି)ଙ୍କ 74 ବର୍ଷରେ ପରଲୋକ ହୋଇଛି ।ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାଲାସୁବ୍ରମଣ୍ୟମ । ଅଗଷ୍ଟ 5ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।