ETV Bharat / city

ବାଲୁକାକଳାରେ ହାତୀ ଓ ଜଙ୍ଗଲ ସୁରକ୍ଷା ବାର୍ତ୍ତା - sand art for forest and elephant protection

ଧିରେ ଧିରେ ହ୍ରାସ ପାଉଛି ଜଙ୍ଗଲ । ଏହାସହ ହ୍ରାସ ପାଉଛନ୍ତି ହାତୀ । ତେଣୁ ଉଭୟ ହାତୀ ଓ ଜଙ୍ଗଲ ସୁରକ୍ଷା ନେଇ ସମସ୍ତେ ଆଗେଇ ଆସିବାକୁ ବାଲୁକା କଳା ମାଧ୍ୟମରେ ଆହ୍ବାନ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

sand art
ହାତୀ ଓ ଜଙ୍ଗଲ ସୁରକ୍ଷା ପାଇଁ ପୁରୀରେ ବାଲୁକାକଳା
author img

By

Published : Dec 30, 2019, 7:22 PM IST

ପୁରୀ: ଦିନକୁ ଦିନ ହ୍ରାସ ପାଉଛି ଜଙ୍ଗଲ । ଜଙ୍ଗଲ ହ୍ରାସ ପାଇବା ଫଳରେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ ମାଡି ଆସୁଛନ୍ତି ହାତୀପଲ । ଯେଉଁଥି ପାଇଁ ହାତୀ ଓ ମନୁଷ୍ୟ ଭିତରେ ଲଢେଇ ଦେଖିବାକୁ ମିଳୁଛି । ଅନେକ ସମୟରେ ନିରୀହ ଲୋକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହେଉଥିବାବେଳେ ଜଙ୍ଗଲ ହ୍ରାସ ଯୋଗୁଁ ଅନାୟାସରେ ଶିକାରୀମାନେ ହାତୀକୁ ମାରି ଦାନ୍ତ ନେଉଥିବା ଦେଖିବାକୁ ମିଳୁଛି ।

ହାତୀ ଓ ଜଙ୍ଗଲ ସୁରକ୍ଷା ପାଇଁ ପୁରୀରେ ବାଲୁକାକଳା

ଏଭଳି ହେଲେ ଧିରେ ଧିରେ ହାତୀ ବଂଶ ଲୋପ ପାଇଯିବ । ଏଣୁ ଉଭୟ ହାତୀ ଓ ଜଙ୍ଗଲ ସୁରକ୍ଷା ନେଇ ସମସ୍ତେ ଆଗେଇ ଆସିବାକୁ ବାଲୁକା କଳା ମାଧ୍ୟମରେ ଆହ୍ବାନ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଅବିକଳ ହାତୀ ଓ କଟା ଗଛ କରି ସେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ହାତୀଟିଏ ଗୋଟିଏ କଟା ଗଛ ମୂଳରେ ଦୁଃଖରେ ଶୋଇଥିବା ବାଲୁକାକଳାରେ ସେ ପ୍ରଦର୍ଶନ କରିଛନ୍ତି । ଯାହା ସମସ୍ତଙ୍କ ମନକୁ ଛୁଇଁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ହାତୀ ଓ ଜଙ୍ଗଲ ସୁରକ୍ଷା ବାର୍ତାBody:ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଛି। ଏଥି ସହିତ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଜନ ବସତି କୁ ମାଡି ଆସୁଛନ୍ତି ହାତୀ ପଲ। ଏଥିପାଇଁ ଓଡ଼ିଶାରେ ହାତୀ ଓ ମନୁଷ୍ୟ ଭିତରେ ଲଢେ଼ଇ ଦେଖିବାକୁ ମିଳୁଛି। ଅନେକ ସମୟରେ ନିରୀହ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରୁଥିବା ବେଳେ ଜଙ୍ଗଲ ହ୍ରାସ ଯୋଗୁଁ ଅନାୟାସରେ ଶିକାରୀ ମାନେ ହାତୀ କୁ ମାରି ତାର ଦାନ୍ତ ନେଉଥିବା ନଜିର ଆସୁଛି। ଏଭଳି ହେଲେ ଅତି ସୁନ୍ଦର ହାତୀ ବଂଶ ଲୋପ ପାଇ ଯିବ। ଏଣୁ ଉଭୟ ହାତୀ ଓ ଜଙ୍ଗଲ ସୁରକ୍ଷା ନେଇ ସମସ୍ତେ ଆଗେଇ ଆସିବକୁ ବାଲୁକା କଳା ମାଧ୍ୟମରେ ଆହ୍ୱାନ ଦେଇ ଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏହି ବିଶାଳ ବାଲୁକାକଳା ଟିକୁ ସେ ଗଢିଛନ୍ତି। ଏକ ଅବିକଳ ହାତୀ ଓ କଟା ଗଛ ର ପ୍ରତିକୃତି କୁ ସ୍ଥାନ ଦେଇ ଛନ୍ତି ବାଲୁକାକଳା ରେ । ଯାହାକୁ ସମସ୍ତ ଙ୍କ ମନ କୁ ଚୂଇଛି। ହାତୀ ଟିଏ ଏକ କଟା ଗଛ ମୂଳରେ ଦୁଃଖ ରେ ସୋଇ ଥିବା ବାଲୁକା କଳା ରେ ଦର୍ଶା ଯାଇଛି। ତେବେ ବେଳ ଥାଉ ଥାଉ ସମାଜ ର ସବୁ ବର୍ଗ ଲୋକେ ସଚେତନ ହୋଇ ଜଙ୍ଗଲ ସୁରକ୍ଷା ସହ ହାତୀ ଙ୍କ ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ସୁଦର୍ଶନ ତାଂକ ବାଲୁକାକଳା ରେ ବାର୍ତା ଦେଇ ଛନ୍ତି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.