ପୁରୀ: କୋରନାକୁ ନେଇ ବାଲୁକା କଳା । ସାରା ବିଶ୍ବରେ କୋରନା ଭାଇରସକୁ ନେଇ ଆତଙ୍କ ଖେଳିଥିବାବେଳେ ଦିନକୁ ଦିନ ବିଭିନ୍ନ ପ୍ରକାର ଗୁଜବ ବଢିବାରେ ଲାଗିଛି। ଏପରି କ୍ଷେତ୍ରରେ ଗୁଜବ ଉପରେ ବିଶ୍ବାସ ନକରି ଭାଇରସ ବିରୋଧରେ ଲଢେଇ କରିବାକୁ ବାଲୁକା କଳାରେ ଆହ୍ୱାନ ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ପୁରୀ ବେଳାଭୂମିରେ ହୋଇଥିବା ବାଲୁକା କଳାରେ ସେ ଏପରି ବାର୍ତ୍ତା ଦେଇଛନ୍ତି । କୋରନା ଭାଇରାସ ନେଇ ଅଯଥାରେ ଗୁଜବ ସୃଷ୍ଟି ନ କରି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଗାଇଡଲାଇନ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି ।
ସେହିପରି ଏହି ଘଡି ସନ୍ଧି ମୁହୂର୍ତ୍ତରେ ସାରା ବିଶ୍ବବାସୀ ଚାଇନାକୁ ସବୁ ପ୍ରକାର ସହାୟତାର ହାତ ବଢାଇବା ପାଇଁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବଲୁକାକଳାରେ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ