ETV Bharat / city

ଆଣ୍ଡାମାନ ଫେରିବେ ନାବିକ ଅମିତ କୁଜୁର - ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି

ଗଭୀର ସମୁଦ୍ରରେ ଝଡକୁ ସାମ୍ନା କରି ବ୍ରହ୍ମଗିରି ଖିରିସାହିରୁ ଆଣ୍ଡାମାନର ନାବିକ ଅମିତ କୁଜୁର ଉଦ୍ଧାର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ତାଙ୍କୁ ଫ୍ଲାଇଟ ଯୋଗେ ବେଙ୍ଗାଲୁରୁ ପଠାଯିବ। ସେଠାରୁ ଆଣ୍ଡାମାନର ରାଜଧାନୀ ପୋର୍ଟବ୍ଲେୟାର ଅଭିମୁଖେ ଯାତ୍ରା କରିବେ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
author img

By

Published : Oct 29, 2019, 5:41 PM IST

ପୁରୀ: ଗଭୀର ସମୁଦ୍ରରେ ଝଡକୁ ସାମ୍ନା କରି ବ୍ରହ୍ମଗିରି ଖିରିସାହିରୁ ଆଣ୍ଡାମାନର ନାବିକ ଉଦ୍ଧାର ହେବା ପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପେଟରେ ଗ୍ୟାସ ସମସ୍ୟା ଯୋଗୁଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ବିଗିଡ଼ି ଯିବାରୁ ଆଜି ତାଙ୍କୁ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ତେବେ ଅମିତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ସମୁଦ୍ର ଭିତରେ ଭୋକ ଉପାସରେ କେଵଳ ଲୁଣି ସମୁଦ୍ର ପାଣି ପିଇ ଅମିତ ବଞ୍ଚିବା ପ୍ରସଙ୍ଗକୁ ନେଇ ଡାକ୍ତର ମତ ରଖିଛନ୍ତି।

ଡାକ୍ତରଙ୍କ କହିବା କଥା, କେବଳ ଅଳ୍ପ ଅଳ୍ପ ସମୁଦ୍ର ପାଣି ପିଇ ବଞ୍ଚିହେବ। କାରଣ ସମୁଦ୍ର ଜଳ ପ୍ରଦୂଷିତ ନୁହେଁ। ଏଣୁ ଅମିତଙ୍କ କ୍ଷେତ୍ରରେ ତାହା ହୋଇଛି। ତେବେ ଆସନ୍ତାକାଲି ଅମିତଙ୍କୁ ଫ୍ଲାଇଟ ଯୋଗେ ବେଙ୍ଗାଲୁରୁ ପଠାଯିବ। ସେଠାରୁ ଆଣ୍ଡାମାନର ରାଜଧାନୀ ପୋର୍ଟବ୍ଲେୟାର ଅଭିମୁଖେ ଥିବା ବିମାନରେ ସେ ଯିବେ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। ତେବେ ଅମିତ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁ ବସିଥିବା କହିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ଗତ 25 ତାରିଖରେ ଅମିତ ତାଙ୍କ ବୋଟ ସହିତ ବ୍ରହ୍ମଗିରି ଖିରିସାହି ସମୁଦ୍ର କୂଳରେ ଲାଗିଥିଲେ। ତେବେ ସେ ସମୁଦ୍ର ପଥରେ ଝଡ଼ ବାତ୍ୟାର ସମ୍ମୁଖୀନ ହୋଇ ଦିଶା ହୀନ ଭାବେ ଦୀର୍ଘ 26 ଦିନ ହେବ ସମୁଦ୍ରରେ ମଝିରେ ଥିଲେ । ଏହି ସମୟରେ ଖାଦ୍ୟ ନ ଥିବାରୁ ସମୁଦ୍ର ଲୁଣି ପାଣି ପିଇ ସେ ବଞ୍ଚିଥିବା ସେ କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ହେବା ପରେ ତାଙ୍କୁ ଆଉ ଏକ ଜନ୍ମ ମିଳିଥିବା କୁହାଯାଉଛି। ଆଣ୍ଡାମାନର ଏକ ଦ୍ବୀପ ରୁ ଅନ୍ୟ ଏକ ଦ୍ବୀପ କୁ ଡଙ୍ଗା ଯୋଗେ ସେ ରାସନ ସାମଗ୍ରୀ ନେଇ ପହଞ୍ଚାଇଥାନ୍ତି। ତେବେ ସମୁଦ୍ର ରେ ଆସିବା ବେଳେ ଝଡ଼ ବାତ୍ୟା ଯୋଗୁଁ ସେ ଦିଶାହୀନ ହୋଇଥିଲେ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅଣ୍ଡାମାନ ଫେରିବେ ଅଣ୍ଡାମାନ ନାବିକ Body:ଅଣ୍ଡାମାନ ଦୀପ ର ନାବିକ ଅମିତ କୁଜୁର ଙ୍କ ସ୍ୱାସ୍ତ୍ୟ ସାମାନ୍ୟ ବିଗିଡ଼ି ଯିବାରୁ ଆଜି ତାଙ୍କୁ ପୁରୀ ମେଡ଼ିକାଲ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ପେଟ ରେ ଗ୍ୟାସ ସମସ୍ୟା ଯୋଗୁ ପେଟ କଷ୍ଟ ହେତୁ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ରେ ଭର୍ତି କରାଯାଇଛି। ତେବେ ଅମିତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ବୋଲୀ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ସମୁଦ୍ର ଭିତରେ ଭୋକ ଉପାସରେ କେଵଳ ଲୁଣି ସମୁଦ୍ର ପାଣି ପିଇ ଅମିତ ବଂଚିବା ପ୍ରସଙ୍ଗ କୁ ନେଇ ଡାକ୍ତର ମତ ରଖିଛନ୍ତି। କହିଛନ୍ତି କେବଳ ଅଳ୍ପ ଅଳ୍ପ ସମୁଦ୍ର ପାଣି ପିଇ ବଂଚିହେବ। କାରଣ ସମୁଦ୍ର ଜଳ ପ୍ରଦୂଷିତ ନୁହେଁ। ଏଣୁ ଅମିତ ଙ୍କ କ୍ଷେତ୍ରରେ ତାହା ହୋଇଛି। ତେବେ ଅସନ୍ତା କାଲି ଅମିତ ଙ୍କୁ ଫ୍ଲାଇଟ ଯୋଗେ ବେଙ୍ଗାଳୁରୁ ପଠା ଯିବ। ସେଠାରୁ ଅଣ୍ଡାମାନ ପୋର୍ଟ ବ୍ଲେୟର ଅଭିମୁଖେ ଥିବା ବିମାନ ରେ ଯିବେ। ସେ ନେଇ ପୁରୀ ଜିଲା ପ୍ରଶାସନ ପ୍ରସ୍ତୁତି କରିଛି। ତେବେ ଅମିତ ତାଂକ ପରିବାର ଲୋକ ଙ୍କୁ ଭେଟି ବାକୁ ଚାହିଁ ବସିଥିବା କହିଛନ୍ତି। ସୂଚନା ଅନୁଯାୟୀ ଗତ 25 ତାରିଖରେ ଅମିତ ତାଂକ ବୋଟ ସହିତ ବ୍ରହ୍ମଗିରି ଖିରି ସାହି ସମୁଦ୍ର କୂଳରେ ଲାଗିଥିଲେ। ତେବେ ସେ ସମୁଦ୍ର ପଥରେ ଝଡ଼ ବାତ୍ୟା ର ସମ୍ମୁଖିନ ହୋଇ ଦିଶା ହୀନ ଭାବେ ଦୀର୍ଘ 26 ଦିନ ହେବ ସମୁଦ୍ର ରେ ଭାସୁଥିଲେ। ଏହି ସମୟ ରେ ଖାଦ୍ୟ ନ ଥିବା ରୁ ସମୁଦ୍ର ଲୁଣି ପାଣି ପିଇ ସେ ବଂଚିବା ପାଇଁ ସଂଘର୍ଷ କରିଥିବା କହିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ହେବା ପରେ ଅମିତ ଙ୍କୁ ଆଉ ଏକ ଜନ୍ମ ମିଳିଥିବା କୁହାଯାଉଛି। ଅଣ୍ଡାମାନ ର ଏକ ଦୀପ ରୁ ଅନ୍ୟ ଏକ ଦୀପ କୁ ଦଙ୍ଗା ଯୋଗେ ସେ ରାସନ ସାମଗ୍ରୀ ନେଇ ପହଞ୍ଚାଇ ଥାନ୍ତି। ତେବେ ସମୁଦ୍ର ରେ ଆସିବା ବେଳେ ଝଡ଼ ବାତ୍ୟା ଯୋଗୁ ସେ ଦିଶା ହୀନ ହୋଇ ଦୀର୍ଘ ଦିନ ହେବ ସମୁଦ୍ର ରେ ଭାସୁଥିଲେ। ତେବେ ଭଗବାନ ଙ୍କ କୃପା ରୁ ସେ ଆସି ପୁରୀ ଉପକୂଳ ରେ ଲାଗିଥିଲେ ବୋଲି ଅମିତ କହିଛନ୍ତି।

ବାଇଟ,, ଅମିତ ଙ୍କୁ ଚିକିତ୍ସା କରୁଥିବା ଡାକ୍ତର
ବାଇଟ,, ଅମିତ କୁଜୁର,, ଅଣ୍ଡାମାନ ନାବିକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.