ETV Bharat / city

ଶ୍ରୀଜିଉଙ୍କ ଦର୍ଶନ କଲେ RBI Governor ଶକ୍ତିକାନ୍ତ ଦାଶ - RBI governor visits puri jagannath temple

ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରଙ୍କ ଦର୍ଶନ କଲେ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ (RBI Governor Shaktikanta Das) । ଅଧିକ ପଢନ୍ତୁ

RBI Governer ଶକ୍ତିକାନ୍ତ ଦାଶ
RBI Governer ଶକ୍ତିକାନ୍ତ ଦାଶ
author img

By

Published : Nov 22, 2021, 6:07 PM IST

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରଙ୍କ ଦର୍ଶନ କଲେ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ(RBI Governor Shaktikanta Das) । ତାଙ୍କ ସହ ପତ୍ନୀ ମଧ୍ୟ ଆସି ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି ।

ଶ୍ରୀଜୀଉଙ୍କ ଦର୍ଶନ କଲେ RBI Governer ଶକ୍ତିକାନ୍ତ ଦାଶ

ଆଜି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ (Shaktikanta Das) ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ (Sri Jagganath Temple Administration) ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ବରିଷ୍ଠ ସେବାୟତ ତାଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ନେଇଥିଲେ ।

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଢା ପରିକ୍ରମା କରି ମା’ ବିମଳା, ମା’ ମହାଲକ୍ଷ୍ମୀ ଓ ବଟ ଗଣେଶଙ୍କୁ ଦର୍ଶନ କରିଥିଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ତାଙ୍କ ପତ୍ନୀ । ଏହା ସହିତ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ, ନାଗାର୍ଜୁନ ବେଶର ପଟ୍ଟଚିତ୍ର ଓ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିର ସ୍ମାରକୀ ସମେତ ମହାପ୍ରସାଦ ଉପହାର ଦିଆଯାଇଥିଲା ।

ଦର୍ଶନ ସାରି ବାହାରକୁ ଆସି ଗଣମାଧ୍ୟମ ସହ ଆଲୋଚନା କରି ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ବେଶ ଭାବ ବିହ୍ବଳ ହୋଇପଡିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସବୁବେଳେ ଇଚ୍ଛା ଥାଏ । କିନ୍ତୁ ଦୀର୍ଘ 6 ବର୍ଷ ପରେ ସୁଯୋଗ ମିଳିଥିବାରୁ ନିଜକୁ ସୌଭାଗ୍ୟ ମନେ କରୁଛି କହିଥିଲେ । ବର୍ତ୍ତମାନ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦେଶରୁ ମହାମାରୀ ଧୀରେ ଧୀରେ ଦୂରେଇ ଗଲାଣି । ଦର୍ଶନ ବେଳେ ସେ ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଥିବା କହିଥିଲେ ଶକ୍ତିକାନ୍ତ ।

ଏହାସହ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଓ ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ ରାଜ୍ୟ ସରକାର କରୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାସହ ମହାପ୍ରଭୁଙ୍କ ଦର୍ଶନ କରାଇଥିବା ସମସ୍ତ ସେବାୟତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.