ETV Bharat / city

Ratha Yatra: ଶେଷ ହେଲା ଦ୍ୱିତୀୟ ସମନ୍ୱୟ ବୈଠକ, ଏକାଧିକ ନିଷ୍ପତ୍ତିରେ ମୋହର

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫୦ ଟି ଏଲଇଡି ଲାଇଟ ଲଯାଯିବ । ରେଳ ବିଭାଗ ପକ୍ଷରୁ ୪୦ ଟି ସ୍ବତନ୍ତ୍ର ଟ୍ରେନ ସହ ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ । ଅଧିକ ପଢନ୍ତୁ

ଶେଷ ହେଲା ଦ୍ବିତୀୟ ସମନ୍ବୟ ବୈଠକ, ଏକାଧିକ ନିଷ୍ପତିରେ ମୋହର

author img

By

Published : Jun 1, 2022, 7:17 PM IST

ପୁରୀ: ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିବା ଦିତୀୟ ସମନ୍ବୟ ବୈଠକ ଶେଷ ହୋଇଛି । ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୫୦ ଟି ଏଲଇଡି ଲାଇଟ ଲଯାଯିବ। ରେଳ ବିଭାଗ ପକ୍ଷରୁ ୪୦ ଟି ସ୍ବତନ୍ତ୍ର ଟ୍ରେନ ସହ ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ।

ଶେଷ ହେଲା ଦ୍ବିତୀୟ ସମନ୍ବୟ ବୈଠକ, ଏକାଧିକ ନିଷ୍ପତିରେ ମୋହର

ବୈଠକରେ ପରିବହନ, ରାସ୍ତାଘାଟ ଓ ବିଦ୍ୟୁତ ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ପ୍ରକ୍ରିୟା ଜାରି ରହିଛି। ଚଳିତ ବର୍ଷ ୭୫୦ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ୮୧୫ଖଣ୍ଡ କାଠ ଆସିଛି। ଆବଶ୍ୟକ ୧୫୪୨ ମିଟର କନା ମଧ୍ୟରୁ ୮ ଶହ ମିଟର ନାଲି କନା ଗୁଜୁରାଟର ଅହମ୍ମଦାବାଦରୁ ଆସି ପହଞ୍ଚିଛି। ୨ଶହ କେଜି ଝୁଣା ମହଜୁଦ ରହିଛି।

ସେହିପରି ୨୨୦ଫୁଟ ଲମ୍ବ ବିଶିଷ୍ଟ ୧୨ଟି ରଥ ଦଉଡି ପହଞ୍ଚି ସାରିଥିବା ବେଳେ ୪୫୦ ଫୁଟ ଲମ୍ବର ୬ ଟି କର୍ଡନ ଦଉଡି ମହଜୁଦ ରହିଛି। ପୁରୀ ପୌରପାଳିକା ସୀମା ମଧ୍ୟରେ ସମସ୍ତ ଭକ୍ତଙ୍କ ପାଇଁ ଜୁଲାଇ ୧ରୁ ୧୩ ପର୍ଯ୍ୟନ୍ତ ଦୁର୍ଘଟଣା ଜନୀତ ବୀମାର ଅନ୍ତର୍ଭୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗରେ ୭୦ ଟି ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ରଥଯାତ୍ରା ସମୟରେ ଅଧିକ ଡାକ୍ତର ଆସିବେ । ବଡଦାଣ୍ଡର ବିଭିନ୍ନ ସ୍ଥାନରେ ୧୪ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୨୯ ଟି ଆମ୍ବୁଲାନ୍ସ ମୁତୟନ କରାଯିବ। ପ୍ରାଇଭେଟ ଆମ୍ବୁଲାନ୍ସର ଚଳପ୍ରଚକୁ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ମହାମାରୀ ନିରାକରଣ, ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ୬ ଜଣ ଫୁଡ ଇନ୍ସପେକ୍ଟର ମୁତୟନ ହେବେ। ସହରର ଅଧିକାଂଶ ବଡ ନାଳ ସଫା କରାଯାଇଛି।

ସେହିଭଳି ୩୪୯ ଟି ଛୋଟ ବଡ ନାଳ ସଫା କରାଯାଇଛି। ୧୪ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ୱାଟର ପମ୍ପର ବ୍ୟବସ୍ଥା କରାଯିବ। ବିଭିନ୍ନ ସ୍ଥାନରେ ୮୭୨ ଟି ଷ୍ଟ୍ରୀଟ ଲାଇଟ, ୩୪୯ ଟି ଏଲଇଡି ଲାଇଟ, ୨୩ଟି ପାର୍କିଂ ସ୍ଥଳ ଓ ୭ଟି ଭ୍ରାମ୍ୟମାଣ ଟଏଲେଟର ବ୍ୟବସ୍ଥା କରାଯିବ। ୱଟକୋ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ ହେବ ।

ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ମଙ୍ଗଳାଘାଟରେ ଥିବା ଜଳଭଣ୍ଡାର ସୁରକ୍ଷା ପାଇଁ ବୈଠକରେ ପୁରୀ ବିଧାୟକ ପ୍ରସ୍ତାବ ଦେଇଛନ୍ତି। ଆରଡବ୍ଲୁଏସଏସ ପକ୍ଷରୁ ୪୨୭ ଟି ନଳକୂପର‌ ବ୍ୟବସ୍ଥା ସହ ୩୫ ଟି ପାଇପ ଜଳଯୋଗାଣ ପ୍ରକଳ୍ପ ମଧ୍ୟରେ ଜଳଯୋଗାଣ ହେବ ବୋଲି ସୂଚନା ଦିଆଯାଇଛି। ବିଦ୍ୟୁତ ଯୋଗାଣ ବିଭାଗ ପକ୍ଷରୁ ତିନୋଟି ଗ୍ରୀଡ ଷ୍ଟେସନ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହେବ ବୋଲି କୁହାଯାଇଛି। କୌଣସି ଅଭିଯୋଗ ପାଇଁ ୦୬୭୫୨୨୨୩୫୨୧ କାର୍ଯ୍ୟ କରିବ। ଚଳିତ ବର୍ଷ ରଥଯାତ୍ରାରେ ୪୦ଟି ସ୍ବତନ୍ତ୍ର ଟ୍ରେନ ସହ ରଥଯାତ୍ରା ଠାରୁ ସୁନାବେଶ ମଧ୍ୟରେ ୧୩୭ଟି ଅତିରିକ୍ତ ଟ୍ରେନ ଚଳାଚଳ କରିବ। ପ୍ରତି ଟ୍ରେନରେ ୧୫୦ଟି ଅଧିକ କୋଚ, ୫୦୦ ଆରପିଏଫ କର୍ମଚାରୀ ମୃତୟନ ରହିବେ। ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟରର ବ୍ୟବସ୍ଥା କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଇନଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି ।

ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବ ପୋଲିସ। ୨୦୨୨ ରଥଯାତ୍ରାକୁ ନେଇ ଏକ ସ୍ବତନ୍ତ୍ର ୱେବସାଇଟ ଓ ମୋବାଇଲ ଆପ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ବୈଠକରେ ଆରଡିସି, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଆଇନ ବିଭାଗ ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ସାମ୍ବାଦିକ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.