ETV Bharat / city

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜବେଶ - ରଥ ସ୍ପେଶାଲ ଷ୍ଟୋରୀ

ବରଷକ ଯାକ ଭକ୍ତ ଅପେକ୍ଷାର ଅନ୍ତ ଘଟିବ । ରତ୍ନବେଦୀ ଛାଡି ସ୍ନାନବେଦୀରେ ଉଭା ହେବେ ବଡଠାକୁର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାକାର ହୋଇଯିବେ ଭକ୍ତ ଆଉ ଭଗବାନ । ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଷଯାତ୍ରାର ଆଦ୍ୟଯାତ୍ରା ସ୍ନାନଯାତ୍ରା । ଜାଣନ୍ତୁ କଣ ରହିଛି ସ୍ନାନଯାତ୍ରାର କିମ୍ବଦନ୍ତୀ ।

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜବେଶ
ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜବେଶ
author img

By

Published : Jun 14, 2022, 7:03 AM IST

ପୁରୀ: ମଣିମା, ମଣିମା... ଗୁହାରି ଶୁଣିବା ହେଉ ହେ ମଣିମା । ପତିତପାବନ ଅର୍ଥେ ପ୍ରାସାଦୁ ବାହାରି ଦରଶନ ଦିଅ ହେ ! ମଣିମା...। ବରଷକ ଯାକ ଏହି ଭାବରେ ବ୍ୟାକୁଳ ହେଉଥିବା ଭକ୍ତ ଅପେକ୍ଷାର ଅନ୍ତ ଘଟିବ । ରତ୍ନବେଦୀ ଛାଡି ସ୍ନାନବେଦୀରେ ଉଭା ହେବେ ବଡଠାକୁର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାକାର ହୋଇଯିବେ ଭକ୍ତ ଆଉ ଭଗବାନ, ଆନନ୍ଦାଶ୍ରୁରେ ବୁଡିବ ବଡଦାଣ୍ଡ, ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଷଯାତ୍ରାର ଆଦ୍ୟଯାତ୍ରା ସ୍ନାନଯାତ୍ରା । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ମୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ ।

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜବେଶ

ନୀଳାଦ୍ରି ଗନ୍ଥ ଅନୁସାରେ ଏହି ଦିବସ ହେଉଛି କାଳିଆ ଠାକୁରର ଜନ୍ମଦିବସ ବା ଆବିର୍ଭାବ ଦିବସ, ଯାହାକୁ ରଥଯାତ୍ରାର ଆଦ୍ୟ ପର୍ବ ବା ଆଦ୍ୟଲୀଳା କୁହାଯାଏ ।ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପାରିକ ରୀତିରେ ବେଦ ଧ୍ବନି ପୂର୍ବକ 108 କଳସୀ ଜଳରେ ସ୍ନାନ କରାଯାଇ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ପ୍ରତ୍ୟେହ ମହାପ୍ରଭୁଙ୍କ ବିମ୍ବସ୍ନାନ ବା ପ୍ରତିବିମ୍ବ ସ୍ନାନ କରାଯାଇଥାଏ, ମାତ୍ର ସ୍ନାନଯାତ୍ରାରେ ମହାପ୍ରଭୁ ବର୍ଷକରେ ଥରେ ପ୍ରତ୍ୟେକ୍ଷ ଶ୍ରୀଅଙ୍ଗ ସ୍ନାନ କରିଥାନ୍ତି, ଯେଉଁ ସ୍ନାନ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମ୍ମୁଖରେ ହୋଇଥାଏ ।

ତେବେ ମହାପ୍ରଭୁଙ୍କ ଏହି ସର୍ବସମ୍ମୁଖ ସ୍ନାନରେ ରହିଛି ପୌରାଣିକ କିମ୍ବଦନ୍ତୀ... ଦ୍ବାପର ଯୁଗରେ କ୍ରୁଷ୍ଣ ଲୀଳା ସମୟରେ ରସିକ ପ୍ରବର ମହାପ୍ରଭୁ ସ୍ନାନ କରୁଥିବା ଗୋପାଙ୍ଗନାଙ୍କ ବସ୍ତ୍ର ଲୁଚାଇ ଦେଉଥିଲେ । ଫଳରେ ଗୋପବାଳିମାନେ ମହାପ୍ରଭୁଙ୍କୁ, ଆପଣ ମଧ୍ୟ କଳିଯୁଗରେ ଏହିପରି ମଞ୍ଚସ୍ନାନ କରିବେ, ସାରାଜଗତ ଆପଣଙ୍କୁ ସ୍ନାନ କରୁଥିବାର ଦେଖିବ ବୋଲି କହିଥିଲେ । ଗୋପବାଳିଙ୍କର ଏହି ବଚନକୁ ରକ୍ଷା କରି କଳିଯୁଗରେ ମଞ୍ଚସ୍ନାନ କରୁଛନ୍ତି ମହାପ୍ରଭୁ ।

ସ୍ନାନଯାତ୍ରା ଦିନ ରତ୍ନ ସିଂହାସନରୁ ଦଇତାପତି ସେବକମାନେ ପହଣ୍ଡି କରି ଶ୍ରୀଜୀଉଙ୍କୁ ସ୍ନାନ ମଣ୍ଡପରେ ଅବସ୍ଥାନ କରାଇଥାନ୍ତି । ପରେ ସ୍ନାନଯାତ୍ରା ନୀତି ଆରମ୍ଭ ହୋଇଥାଏ । ଉତ୍ତର ଦ୍ବାର ନିକଟରେ ଥିବା ସୂବର୍ଣ୍ଣ କୁଅରୁ 108 କଳସ ଜଳ ଅଣାଯାଇ ଏହାକୁ ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରାଯାଏ । ବର୍ଷ ତମାମ ଏହି କୂଅର ଜଳ ବ୍ୟବହାର ହୋଇନଥାଏ । କେବଳ ସ୍ନାନ ପୂର୍ଣ୍ଣିମାରେ ଜଳ ଆସି ମହାପ୍ରଭୁଙ୍କୁ ସ୍ନାନ କରାଯାଏ । ଏହି ଅଭିମନ୍ତ୍ରୀତ ଜଳରୁ 35 କଳସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, 33 ଗରା ବଡଠାକୁର ବଳଭଦ୍ରଙ୍କୁ , 22 ଗରା ଦେବୀ ସୁଭଦ୍ରାଙ୍କୁ ଓ 18 ଗରା ଜଳରେ ପ୍ରଭୁ ସୁଦର୍ଶନଙ୍କୁ ସ୍ନାନ କରାଯାଏ ।ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ ।

ଏହି ଗଜାନନ ବେଶ ସହ ଜଡ଼ିତ ଏକ କିମ୍ବଦନ୍ତୀ ମଧ୍ୟ ରହିଛି...ଏକଦା ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣି ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ । ସେ ଭଗବାନ ଗଣେଶଙ୍କର ପରମ ଭକ୍ତ ଥିଲେ । ତେଣୁ ମନେ ମନେ ଭାବିଥିଲେ ଶ୍ରୀମନ୍ଦିରରେ ବ୍ରହ୍ମ ରୂପରେ ଗଣପତି ହିଁ ବିଦ୍ୟମାନ ହୋଇଥିବେ । ମନରେ ଦାରୁ ବ୍ରହ୍ମ ଦର୍ଶନର ଉତ୍କଣ୍ଠା ନେଇ ଶ୍ରୀମନ୍ଦିର ଆଡକୁ ପାଦ ବଢ଼ାଇଲେ ଗଣପତି ଭଟ୍ଟ ।

କିନ୍ତୁ ମହାପ୍ରଭୁଙ୍କ ଦାରୁ ବିଗ୍ରହ ଦେଖି ସେ ସନ୍ତୋଷ ଲାଭ କରି ପାରିଲେ ନାହିଁ । ସେ ମନେ ମନେ ବିଚାର କଲେ ଏ ତ ଗଣପତି ନୁହନ୍ତି । ଏ ଠାକୁର କଦାପି ବ୍ରହ୍ମ ନୁହନ୍ତି ବୋଲି ସେ ଭାବିଲେ । ଏତେ ବାଟରୁ ଧାଇଁ ଆସି ଦାରୁବ୍ରହ୍ମଙ୍କ ଦର୍ଶନ ନପାଇ ସେ ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗ କଲେ । କିଛିବାଟ ଯିବା ପରେ ମୁକ୍ତେଶ୍ବର ଠାରେ ସେ ଥକି ଯାଇ ଘୁମେଇ ପଡ଼ିଲେ । ଏତିକି ବେଳେ କେହି ଜଣେ ତାଙ୍କୁ ମନ ଦୁଃଖ କାହିଁକି ବୋଲି ପଚାରିଲେ, ସେ ବ୍ରହ୍ମରୂପି ଗଜାନନଙ୍କ ଦର୍ଶନ ନପାଇ ତାଙ୍କ ମନ ଦୁଃଖ ବୋଲି କହିଥିଲେ ।

ହଠାତ ନିଦ ଭାଙ୍ଗିବାରୁ କେହି ଜଣେ କହିଲେ, ‘କଣ ଥକି ଗଲ କି, ବଡ଼ଦାଣ୍ଡରେ ତୁମ ଗଣପତି ପରା ଉଭା ହୋଇଛନ୍ତି, ଯାଉନ ମନ ପୂରେଇ ଦେଖି ଆସିବ ।’ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଗଣପତି ଭଟ୍ଟ । କେହି କେଉଁଠି ନଥିଲେ । ପାଦ ପୁଣି ଲେଉଟିଲା ବଡଦାଣ୍ଡ ଆଡକୁ । ବଡ଼ଦାଣ୍ଡରେ ଜନ ସମୁଦ୍ର ମଧ୍ୟରେ ସେ ଦର୍ଶନ କଲେ ଗଜାନନ ବେଶରେ ସୁଶୋଭିତ ଜଗତ ଠାକୁରଙ୍କୁ । ବିଭୋର ହୋଇ ଉଠିଲା ମନପ୍ରାଣ । ବଡ଼ଦାଣ୍ଡରେ ଲୋଟି ମହାବାହୁଙ୍କୁ ପ୍ରଣୀପାତ ପୂର୍ବକ କ୍ଷମା ପ୍ରାର୍ଥନା କଲେ ଭଟ୍ଟ । ମହାବାହୁଙ୍କ ଗଜବେଶ ଦେଖି ଆତ୍ମ ସନ୍ତୋଷରେ ଫେରିଗଲେ ନିଜ ଗାଁକୁ ।

ଅନ୍ୟ ଏକ କଥା ଅନୁସାରେ ରଥଯାତ୍ରାର ଆଦି ପର୍ବ ହେଉଛି ସ୍ନାନଯାତ୍ରା । ପାର୍ବତୀ ସୂତ ଗଣନାଥ ହେଉଛନ୍ତି ଅଗ୍ରପୂଜ୍ୟ । ତେଣୁ ଆଦ୍ୟ ପର୍ବରେ ଅଗ୍ରପୂଜ୍ୟଙ୍କ ରୂପ ଧାରଣ କରନ୍ତି ମହାପ୍ରଭୁ । ଗଣପତିଙ୍କ ଆବାହନ କରାଯାଏ ଏହି ରୂପ ମାଧ୍ୟମରେ । ମାତା ସୁଭଦ୍ରା କିନ୍ତୁ ଗଜାନନ ବେଶ ହୋଇନଥାନ୍ତି। ତାଙ୍କୁ ଅନ୍ୟ ଆଭୂଷଣରେ ଭୂଷିତ କରାଯାଇଥାଏ। କେତେକ ପଣ୍ଡିତଙ୍କ କହିବାନୁସାରେ ତିନି ଠାକୁର ସ୍ନାନ ମଣ୍ଡପରେ ଯଥାକ୍ରମେ ହରିଦ୍ରା ଗଣପତି, ଖଦିର ଗଣପତି ଓ ମାତଙ୍ଗୀ ରୂପରେ ବିରାଜମାନ କରିଥାନ୍ତି ।

ଗଜାନନ ବେଶ ପରେ ଶ୍ରୀମନ୍ଦିରକୁ ଠାକୁର ମାନେ ଗୋଟି ପହଣ୍ଡିରେ ବିଜେ କରନ୍ତି। ଭିତର କାଠ ପାଖ ଅଣସର ପିଣ୍ଡିରେ ଠାକୁର ମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟି ଦିଅଁ ପୂଜା ପାଆନ୍ତି। ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରୁ ନେତ୍ରୋତ୍ସବ ଯାଏ 15 ଦିନ ଧରି ଜ୍ବରରେ ଆକ୍ରାନ୍ତ ହୁଅନ୍ତି । ଏହାକୁ ଅଣସର କୁହାଯାଏ । ଏହି 15 ଦିନ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ବ୍ରହ୍ମଗିରିରେ ପୂଜିତ ହେଉଥିବା ପ୍ରଭୁ ଅଲାର ନାଥଙ୍କୁ ଦର୍ଶନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଅଣସରରୁ ମହାପ୍ରଭୁ ସୁସ୍ଥ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।

ଭାଗବତରେ ଏକ ବାଣୀ ଅଛି... ତୋ ମାୟା ତତେ ଅଗୋଚର, କାହୁଁ ଜାଣିବେ ନର ଛାର... ଭକ୍ତଙ୍କ ଭାବରେ ବାନ୍ଧିହେବାକୁ ମହାପ୍ରଭୁଙ୍କ କେତେ ଲୀଳାଖେଳା, ତାହା ସ୍ନାନଯାତ୍ରାର କିମ୍ବଦନ୍ତୀରୁ ସ୍ପଷ୍ଟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.