ETV Bharat / city

ରଥାରୂଢ ମହାପ୍ରଭୁଙ୍କ ସୁନାବେଶ: ଦର୍ଶନ ପୂଣ୍ୟରେ ଭାଗିଦାରୀ ହୁଅନ୍ତି ପିତୃପୁରୁଷ

ଆହାକି ସୁନ୍ଦର ମୋ କାଳିଆ ସୁନା । କାଳିଆ ସୁନାର ଶତ ଶତ ରୂପ ବେଶ ମଧ୍ୟରୁ ଏ ସୁନାବେଶ ସ୍ବତନ୍ତ୍ର । ରଥାରୂଢ ମହାପ୍ରଭୁଙ୍କ ସୁନାବେଶ ରୂପ ଦର୍ଶନ କଲେ କୋଟି, ପାପ ତାପ ନାଶନ ସହ ପିତୃ, ପିତାମହ ମଧ୍ୟ ଏହି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।

ରଥାରୂଢ ମହାପ୍ରଭୁଙ୍କ ସୁନାବେଶ: ଦର୍ଶନର ପୂଣ୍ୟରେ ଭାଗିଦାରୀ ହୁଅନ୍ତି ପିତୃପୁରୁଷ

author img

By

Published : Jul 9, 2022, 10:25 PM IST

Updated : Jul 10, 2022, 6:53 AM IST

ପୁରୀ: କାଳିଆର କେତେ ଅବତାର ପୁଣି କେତେ ବେଶ । ମନ୍ତ୍ର ମୁଗ୍ଧକର, ଚିତ୍ତାକର୍ଷକ ରୂପ ଦେଖି ଭକ୍ତ ମୁଖରୁ ସ୍ବତଃ ନିସୃତ ହୋଇଯାଏ ଆହାକି ସୁନ୍ଦର ମୋ କାଳିଆ ସୁନା । କାଳିଆ ସୁନାର ଶତ ଶତ ରୂପ ବେଶ ମଧ୍ୟରୁ ଏ ସୁନାବେଶ ସ୍ବତନ୍ତ୍ର । ଭରି ରହିଛି ରହସ୍ୟ, ଦେଖିଲେ ପୁରି ଯାଏ ନୟନ । ରଥରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରେ କୋଟି, ପାପ ତାପ ନାଶନ ସହ ପିତୃ, ପିତାମହ ମଧ୍ୟ ଏହି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି ।

ରଥାରୂଢ ମହାପ୍ରଭୁଙ୍କ ସୁନାବେଶ: ଦର୍ଶନର ପୂଣ୍ୟରେ ଭାଗିଦାରୀ ହୁଅନ୍ତି ପିତୃପୁରୁଷ

ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହ ଦ୍ବାରରେ ଥିବା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ । ମହଣ ମହଣ ସୁନାରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରୀଜିଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଇତିହାସ କହେ ଯେ, ଗଜପତି କପିଳେନ୍ଦ୍ର ଦେବ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଜୟ କରି ୧୬ଟି ହାତୀ ପିଠିରେ ଯେଉଁସବୁ ସୁନା ଆଣିଥିଲେ ସେସବୁକୁ ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ । ସେତେବେଳେ ତଢାଉ ଦେଉଳିକରଣ ମହାପ୍ରଭୁଙ୍କ ସୁନାର ଶ୍ରୀହସ୍ତ, ଶ୍ରୀପଦ, ଶ୍ରୀଭୁଜ, ଶ୍ରୀପୟର ଅଳଙ୍କାର ଏବଂ କିରୀଟି ପ୍ରସ୍ତୁତ କରିଥିଲେ । ତେଣୁ ଏହି ବେଶକୁ ତଢାଉ ବେଶ ବୋଲି ମଧ୍ୟ କୁହାଯାଏ । ସେବେଠାରୁ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି ।

ତେବେ ତିନି ଠାକୁରଙ୍କର ରହିଛି ଭିନ୍ନ ଭିନ୍ନ ଅଳଙ୍କାର, ସେଗୁଡିକ ହେଲା...

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର-

କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ବର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ, ଓଡିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର-

କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।

ଦେବୀ ସୁଭଦ୍ରାଙ୍କ ଅଳଙ୍କାର-

କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ୨ଟି ତଗଡ଼ି ।

ମହାପ୍ରଭୁଙ୍କର ସାଧାରଣତଃ ପ୍ରତିବର୍ଷ ପାଞ୍ଚ ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । ପୌଷ ପୂର୍ଣ୍ଣିମା ତଥା ପୁଷ୍ୟାଭିଷେକ ଦିନ, ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ତଥା ବାହୁଡା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟା ଦଶମୀ ତଥା ଦଶହରା ଦିନ ମହାପ୍ରଭୁଙ୍କର ସୁନା ବେଶ ତଥା ରାଜ ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ । କିନ୍ତୁ କେବଳ ଥରେ ମହାପ୍ରଭୁ ସମସ୍ତ ବର୍ଗର ଭକ୍ତଙ୍କ ପାଇଁ ଆଷାଢ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ବାର ସମ୍ମୁଖରେ ରଥରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 10, 2022, 6:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.