ETV Bharat / city

ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀ, ହେରାପଞ୍ଚମୀରେ ଭାଙ୍ଗିବେ ନନ୍ଦିଘୋଷ

author img

By

Published : Jul 5, 2022, 6:08 AM IST

ପ୍ରାଣପ୍ରିୟା ପତ୍ନୀଙ୍କୁ ନ କହି ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିବାରୁ ରାଗରେ ଜର୍ଜରିତ ଲକ୍ଷ୍ମୀ ସାଆନ୍ତାଣୀ । ଫଳରେ ରାଗ ତମ ତମ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ସାଆନ୍ତାଣୀ । ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ବ । ଏକ ନିଆରା ପର୍ବ ହେରା ପଞ୍ଚମୀ ହେବ ଅନୁଷ୍ଠିତ । ଅଧିକ ପଢନ୍ତୁ

ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ, ହେରାପଞ୍ଚମୀରେ ଭାଙ୍ଗିବେ ନନ୍ଦିଘୋଷ

ପୁରୀ: ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ବ । ଏକ ନିଆରା ପର୍ବ ହେରା ପଞ୍ଚମୀ ହେବ ଅନୁଷ୍ଠିତ । ପ୍ରାଣପ୍ରିୟା ପତ୍ନୀଙ୍କୁ ନ କହି ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିବାରୁ ରାଗରେ ଜର୍ଜରିତ ଲକ୍ଷ୍ମୀ ସାଆନ୍ତାଣୀ । ଫଳରେ ରାଗ ତମ ତମ ହୋଇ ନନ୍ଦିଘୋଷ ରଥ ଭାଙ୍ଗି ଆସିବାର ପରମ୍ପରା ରହିଛି ।

ବରଷକ ପରେ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ବା ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ । ପୁରାଣ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ଭଗବତୀ ଦେବୀ ଲକ୍ଷ୍ମୀ ନିଜର ବଡ଼ ଭଉଣୀ ଦେବୀ ବିମଳାଙ୍କ ପରାମର୍ଶ ଲୋଡ଼ନ୍ତି । ଘୋଷଯାତ୍ରାର ପଞ୍ଚମ ଦିବସ ତଥା ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ, ଦେବୀ ବିମଳା ସ୍ବାମୀଙ୍କୁ ଆୟତ୍ତକୁ ଆଣିବା ପାଇଁ ସ୍ବତନ୍ତ୍ର ମନ୍ତ୍ରିତ ମୋହ ଚୁର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିର ଯାତ୍ରା ନେଇ ପରାମର୍ଶ ଦେଇଥାନ୍ତି ।

ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇ ଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ମହାଜନ ସେବକମାନେ ପାଟ ଶାଢ଼ୀ, ଅଳଙ୍କାର ଆଦିରେ ସଜାଇଥାନ୍ତି । ପରେ ଏକ ସ୍ବତନ୍ତ୍ର ବିମାନରେ ଘଣ୍ଟ, କାହାଳୀ, ଛତା ସହ ବଡ଼ ଦାଣ୍ଡ ଦେଇ ଗୁଣ୍ଡିଚା ଘରକୁ ଯାତ୍ରା କରନ୍ତି । ସେଠାରେ ମା ଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପରେ ଦେଢ଼ଶୁର ଶ୍ରୀବଳଭଦ୍ର ଥିବାରୁ ମା ଲକ୍ଷ୍ମୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଡ଼ ଆଖରେ ଚାହିଁଥାନ୍ତି ।

ମହାପ୍ରଭୁ ଅଭିମାନିନୀ ପ୍ରିୟାଙ୍କ କ୍ରୋଧକୁ ଜାଣି ପାରି ଶାନ୍ତ କରିବା ପାଇଁ ଅଧର ଚୁମ୍ବିତ ମାଳ ପ୍ରଦାନ କରିଥାନ୍ତି । ତଥାପି ମାନିନୀଙ୍କ ମାନ ଭଞ୍ଜନ ହୁଏନା, ଗୁଣ୍ଡିଚା ଘର ନାକଚଣା ଦ୍ବାର, ବଡ଼ ଦାଣ୍ଡ ଦେଇ ଗୋହିରୀ ସାହି ପଟେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ପ୍ରତ୍ୟାବର୍ତ୍ତନ ସମୟରେ ଭଗବତୀ ଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟକୁ ଯାଇ ଅଭିମାନରେ ରଥର ଏକ ଅଂଶକୁ ଭାଙ୍ଗି ଦେଇଥିବା ପରମ୍ପରା ରହିଛି । ଭଗବତୀ ଲକ୍ଷ୍ମୀ କ୍ରୋଧରେ ପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିଦିଅନ୍ତି କିନ୍ତୁ ରାଗ ଶାନ୍ତ ପରେ ଏ ନେଇ ପଶ୍ଚାତାପ କରିବା ସହ ବଡ଼ ଦାଣ୍ଡରେ ନଯାଇ ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିବା ପ୍ରଥା ରହିଛି ।

ଦେବୀ ବିମଳା ଦେଇଥିବା ମୋହ ଚୂର୍ଣ୍ଣ ମନ୍ତ୍ରରେ ସତକୁ ସତ ମନ୍ତ୍ରିତ ହୋଇଯାଇଥାନ୍ତି କାଳିଆ ଠାକୁର । ଆଡପ ମଣ୍ଡପରେ ତାଙ୍କର ଆଉ ମନ ନ ଲାଗିବାରୁ ବଡଭାଇଙ୍କୁ ଫେରିଯିବାର ପ୍ରସ୍ତାବ ଦିଅନ୍ତି । ଏହାପରେ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ରଥକୁ ଦକ୍ଷିଣମୋଡ଼ କରାଯାଇ ବାହୁଡା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୁଏ । ତେବେ ମହାପ୍ରଭୁଙ୍କର ଏହି ନୀତିରୁ ଜଣାପଡେ ଦାମ୍ପତ୍ୟ ଜୀବନରେ ଅନେକ ମାନ ଅଭିମାନ କଳହ ସତ୍ତ୍ବେ ପତି-ପତ୍ନୀ ନିଜ ଭିତରେ ବୁଝାମଣା କରି ସମାଧାନ କରିବା ସହ ପରସ୍ପର ପ୍ରତି ସମର୍ପିତ ରହିବା ଉଚିତ ।

ସେପଟେ ଏତିକିରେ ସାଗର ଦୁଲଣୀଙ୍କ ମାନ ଭଞ୍ଜନ ହୋଇନଥାଏ । ନୀଳାଦ୍ରି ବିଜେ ଦିନ ମଧ୍ୟ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ ପରେ ଯେତେବେଳେ ମହାପ୍ରଭୁ ଯାଇଥାନ୍ତି ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନରେ ସିଂହ ଦ୍ବାର କବାଟ ବନ୍ଦ କରି ଦେଇଥାନ୍ତି । ପରେ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ଶ୍ରୀମନ୍ଦିର ପ୍ରବେଶ କରିବାର ପରମ୍ପରା ରହିଛି ।

ଏଥିରୁ ଜଣାପଡେ ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଭଳି ସ୍ବତନ୍ତ୍ର ତାଙ୍କ ନୀତିକାନ୍ତି ଓ ମାନବୀୟ ଲୀଳା ସେତିକି ସ୍ବତନ୍ତ୍ର । ପତି-ପତ୍ନୀଙ୍କ ମଧ୍ୟରେ ଥିବା ମାନ ଅଭିମାନକୁ କିପରି ସମାଧାନ କରାଯାଏ ସେ ଶିକ୍ଷା ଦିଏ ଜଗନ୍ନାଥ ସଂସ୍କୃତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.