ETV Bharat / city

ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମହାମିଳନ, ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ

ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୋଳି ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଶ୍ରୀମନ୍ଦିରର ଗଗନ-ପବନରେ ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନି । ନୀତି ନିର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ନୀତି ଆରମ୍ଭ । ଚକ୍ରରାଜ ସୁଦର୍ଶନଙ୍କ ପରେ ତିନି ଭାଇ-ଭଉଣୀଙ୍କ ପହଣ୍ଡି ଚାଲିଛି । ଅଧିକ ପଢନ୍ତୁ

author img

By

Published : Jul 1, 2022, 8:09 AM IST

ଘୋଷଯାତ୍ରାରେ ଦାରୁମୂରତି, ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର

ପୁରୀ: ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଶ୍ରୀମନ୍ଦିରର ଗଗନ-ପବନରେ ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନି । କାଳିଆ ସାଆନ୍ତେଙ୍କ ପାଇଁ ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଅପେକ୍ଷାରତ ଭକ୍ତ ନୟନ । ଏକାକାର ହୋଇଯିବେ ଭକ୍ତ-ଭଗବାନ । ଆନନ୍ଦରେ ବିଭୋର ହେବ ବଡଦାଣ୍ଡ ।

ରତ୍ନ ସିଂହାସନ ଛାଡି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସେପଟେ ନୀତି ନିର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ସମସ୍ତ ନୀତି ଆରମ୍ଭ ହୋଇଛି । ଫଳରେ ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବାବେଳେ ୬ଟା ରୁ ପହଣ୍ଡି ହୋଇଛି । ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି । ଏହା ସହିତ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି ।

ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି କରାଯିବା ପରେ ବଡଠାକୁର ଶ୍ରୀବଳଭଦ୍ରଙ୍କୁ ରଥାରୂଢ କରାଯାଇଛି । ଏହାପରେ ଗେହ୍ଲି ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ସକାଳ ପ୍ରାୟ ୭ଟା ୫୦ ବେଳକୁ ଶ୍ରୀଜଗନ୍ନାଥଙ୍କ ଧାଡି ପହଣ୍ଡି ନୀତି ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.