ପୁରୀ: ମହାପ୍ରଭୁଙ୍କ ପବିତ୍ର ରଥ ଯାତ୍ରା ପାଇଁ ରଥ ଖଳାରେ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଆଜି ରଥ କାଠ ଯୋଗାଣକୁ ନେଇ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ସମୀକ୍ଷା କରାଯାଇଛି । ନୟାଗଡ଼, ପୁରୀ ସମେତ 6ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ସମୀକ୍ଷାରେ ସାମିଲ ହୋଇଥିଲେ ।
ରଥ ନିର୍ମାଣ ନେଇ ଆବଶ୍ୟକୀୟ ରଥ କାଠ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେ ଦିଗରେ ବନ ବିଭାଗ ଅଧିକାରୀ ସମୀକ୍ଷା କରିଛନ୍ତି । ଏଥିସହ ରଥ ନିର୍ମାଣ କରୁଥିବା ମହାରଣା ଓ ଭୋଇ ସେବକଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ଆବଶ୍ୟକୀୟ କାଠ ଯୋଗାଣ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଭୁବନେଶ୍ୱର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ପୁରୀ