ପୁରୀ: ପୋଲିସ କର୍ମଚାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ। କଂଗ୍ରେସ ଓ ବିଜେପି କର୍ମୀ କୁମ୍ଭାରପଡା ଥାନା ଘେରାଉ କରିବା ସହ ପୁରୀ ପୋଲିସ ବିରୋଧରେ ବିକ୍ଷୋଭ କରିଛନ୍ତି। ତୁରନ୍ତ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।
ରକ୍ଷକଭକ୍ଷକ ସାଜିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ପୋଲିସ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ସମେତ ତାଙ୍କ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ଧରି ପଚରାଉଚରା କରୁଛି। ଦୋଷୀ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି। ତେବେ ଅଭିଯୁକ୍ତଙ୍କୁ କୁମ୍ଭାରପଡା ଥାନା ଆଣିବାବେଳେ ବିକ୍ଷୋଭକାରୀ ଠେଲାପେଲା ସହ ଗାଳିଗୁଲଜ କରିଥିବା ଦେଖାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ