ETV Bharat / city

କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ

author img

By

Published : Dec 3, 2019, 10:59 AM IST

କୋଣାର୍କ ଉତ୍ସବ ଦ୍ବିତୀୟ ସନ୍ଧ୍ୟାରେ ଦିବସରେ ବେଶ ଝୁମିଛନ୍ତି ଦର୍ଶକ । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ନୃତ୍ୟ ଓ କୋଲକାତାରୁ ଆସିଥିବା କଳାକାରଙ୍କ ଦ୍ଵାରା ଓଡିଶୀ ନୃତ୍ୟକୁ ମନ ଭରି ଉପଭୋଗ କରିଛନ୍ତି ଦର୍ଶକ । ଅଧିକ ଖବର ପଢନ୍ତୁ...

କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ
କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ

ପୁରୀ: କୋଣାର୍କ ଉତ୍ସବ ଦ୍ବିତୀୟ ସନ୍ଧ୍ୟାରେ ଦିବସରେ ବେଶ ଝୁମିଛନ୍ତି ଦର୍ଶକ । ସନ୍ଧ୍ୟାରେ ଇଣ୍ତୋନେସିଆର ବାଲିନିଜ ନୃତ୍ୟ ଓ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ନୃତ୍ୟ ଓ କୋଲକାତାରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ଓଡିଶୀ ନୃତ୍ୟକୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ମନଭରି ଉପଭୋଗ କରିଥିଲେ ।

କୋଣାର୍କ ମହୋତ୍ସବ; ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ରାମାୟଣ କଥାବସ୍ତୁ

ସେପଟେ ଏଠାରେ ନୃତ୍ୟ ପରିବେଷଣ କରି କଳାକାର ମାନେ ବି ବେଶ୍ ଉତ୍ସାହିତ ଥିବାର କହିଥିବା ବେଳେ କଳାକାର ମାନଙ୍କ ନୃତ୍ୟ ପରିବେଷଣ ଅତି ଉଚ୍ଚକୋଟୀର ଥିଲା । ଇଣ୍ତୋନେସିଆ କଳାକାରଙ୍କ ଦ୍ଵାରା ପ୍ରଥମେ ରାମାୟଣ କଥାବସ୍ତୁ ପରେ ସେଲଟେ ସୋଗାରାନୃତ୍ୟ ମାଧ୍ୟମରେ ଓଡିଶା ସହିତ ଇଣ୍ଡୋନେସିଆର ବାଣିଜ୍ୟିକ ସମ୍ପର୍କକୁ ନୃତ୍ୟ ମାଧ୍ୟମରେ ମନେ ପକାଇଥିଲେ କଳାକାର ମାନେ ।

ଦ୍ଵିତୀୟ ପର୍ଯ୍ୟାୟରେ ଗୁରୁଆଲୋକ କାନୁନଗୋଙ୍କ ସଂରଚନାରେ ସିଂଜନ ନୃତ୍ୟାଳୟ କୋଲକାତାରୁ ଅ।ସିଥିବା ନୃତ୍ୟାଙ୍ଗନା ମାନେ ବହ୍ମା ବିଷ୍ଣୁ, ମହେଶ୍ଵରଙ୍କ ସୂରୁପ ଅ।ଦିତ୍ୟଙ୍କ ଉପ।ସନା ପରିବେଷଣ କରିଥିଲେ । ପରେ ପରେ ଦେବୀ ଆରାଧନା ସମ୍ଵଳିତ ଦଶ ମହାବିଦ୍ୟାକୁ ପରିବେଷଣ କରିଥିଲେ କଳାକାର ମାନେ ।

ଯାହାକି ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ପାରିଥିଲା । ଦ୍ଵିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଥିବା ବେଳେ କଳକାର ମାନଙ୍କୁ ସମ୍ମାନିତ କରିଥିଲେ । ସେପଟେ କଳାକାର ମାନଙ୍କର ନିଖୁଣ ନୃତ୍ୟ ଦେଖି ବେଶ ଖୁସି ହେବା ସହ ଏହା ଦେଶର କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରୁଛି ବୋଲି କହିଛନ୍ତି ପର୍ଯ୍ୟଟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଉତ୍ସବ ଦିତୀୟ ସନ୍ଧ୍ୟାBody:
କୋଣାର୍କ ଉତ୍ସଵ 2ୟ ଦିବସରେ ଇଣ୍ତୋନେସିଅ ର ବାଲିନିଜ ନୃତ୍ୟ ଓ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କୁ ବାନ୍ଧିରଖିଥିଲାଲା । ଇଣ୍ଡୋନେସିଅ।ର ସୁପ୍ରସିଦ୍ଧ ବାଲିନିଜ ନୃତ୍ୟରେ ରାମାୟଣ କଥାବସ୍ତୁ ଉପରେ ଅ।ଧାରିତ ନୃତ୍ୟ ଓ କଲିକତାରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ଓଡିଶୀ ନୃତ୍ୟକୁ ଦେଶ ବିଦେଶରୁ ଅ।ସିଥିବା ପର୍ଯ୍ୟଟକ ମାନେ ମନଭରି ଉପଭୋଗ କରିଥିଲେ । ସେପଟେ ଏଠାରେ ନୃତ୍ୟ ପରିବେଷଣ କରି କଳାକାର ମାନେ ବି ବେଶ୍ ଉତ୍ସାହିତ ଥିବାର କହିଥିବା ବେଳେ କଳାକାର ମାନଙ୍କ ନୃତ୍ୟ ପରିବେଷଣ ଅତି ଉଚ୍ଚକୋଟୀର ଥିଲା ।ମୁକ୍ତ ଅ।କାଶ ରଙ୍ଗ ମଂଚରେ ଅ।ୟୋଜିତ କୋଣାର୍କ ଉତ୍ସବ 2019ର 2ୟ ସଂଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଇଣ୍ଡୋନେସିଅ।ରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ରାମାୟଣ ମହାକାବ୍ୟ ଅଧାରିତ ସୀତା ହରଣ । ପରେ ପରେ ସୁବର୍ଣ୍ଣ ହରିଣୀ ପଛରେ ଶ୍ରୀରାମଙ୍କ ଅନୁଧାବନ, ଲକ୍ଷ୍ମଣ ବଡ ଭାଇ ଙ୍କୁ ସହାୟତା ଦେବା ପାଇଁ ପ୍ରସ୍ଥାନ, ଦଶାନନଙ୍କ ସୀତା ହରଣ,ଜଟାୟୁ ରାବଣଙ୍କୁ ପ୍ରତିରୋଧ କରିବା ପ୍ରତିଟି କଥାବସ୍ତୁକୁ ଅତିନିଖୁଣ ର ସହିତ ନୃତ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ ଏହି କଳାକାର ମାନେ । ଏହାପରେ ଇଣ୍ତୋନେସିଅ। କଳାକାରଙ୍କ ଦ୍ଵାରା ଅନ୍ତିମ ପର୍ଯ୍ୟାୟରେ ସେଲଟେ ସୋଗାରାନୃତ୍ୟ ମାଧ୍ୟମରେ ଓଡିଶା ସହିତ ଇଣ୍ଡୋନେସିଅ।ର ବାଣିଜ୍ୟିକ ସଂପର୍କକୁ ନୃତ୍ୟ ମାଧ୍ୟମରେ ମନେ ପକାଇ ଦେଇଥିଲେ ଏହିକଳାକାର ମାନେ । ଦ୍ଵିତୀୟ ପର୍ଯ୍ୟାୟରେ ଗୁରୁ ଅ।ଲୋକ କାନୁନଗୋ ସଂରଚନାରେ ସିଂଜନ ନୃତ୍ୟାଳୟ କୋକଲତାରୁ ଅ।ସିଥିବା ନୃତ୍ୟାଙ୍ଗନା ମାନେ ବହ୍ମା ବିଷ୍ଣୁ, ମହେଶ୍ଵରଙ୍କ ସୂରୁପ ଅ।ଦିତ୍ୟଙ୍କ ଉପ।ସନା ପରିବେଷଣ କରିଥିଲେ । ପରେ ପରେ ଦେବୀ ଅ।ରାଧନା ସମ୍ଵଳିତ ଦଶ ମହାବିଦ୍ୟାକୁ ପରିବେଷଣ କରିଥିଲେ କଳାକାର ମାନେ । ଯାହାକି ଦେଶ ବିଦେଶରୁ ଅ।ସିଥିବା ପର୍ଯ୍ୟଟକ ମାନଙ୍କୁ ଅ।କୃଷ୍ଟ କରି ପାରିଥିଲାା ସେପଟେ ଏଠାକୁ ଅ।ସି ନୃତ୍ୟ ପରିବେଷଣ କରି ବେଶ ଉତ୍ସାହିତ ଥିଲେ କଳାକାର ମାନେ ।
ଦ୍ଵତୀୟ ସଂଧ୍ୟାର କାର୍ଯ୍ୟକ୍ରମକୁ ଗଣଶିକ୍ଷାମଂତ୍ରୀ ସମୀର ରଜଂନ ଦାଶ ଉଦଘାଟନ କରିଥିବା ବେଳେ କଳକାର ମାନଙ୍କୁ ସମ୍ମାନିତ କରିଥିଲେ । ସେପଟେ କଳାକାରମାନଙ୍କର ନିଖୁଣ ନୃତ୍ୟ ଦେଖି ବେଶ୍ ଖୁସି ଅଛନ୍ତି ପର୍ଯ୍ୟଟକ , ଏହା ଦେଶର କଳାସଂସ୍କୃତିକୁ ବଂଚାଇ ରଖିବାରେ ସାହାର୍ଯ୍ୟ କରୁଛି ବୋଲି କହିଛନ୍ତି ପର୍ଯ୍ୟଟକ ।
ବାଇଟ-ସମୀର ରଜଂନ ଦାସ, ଗଣଶିକ୍ଷା ମନ୍ତ୍ରୀ
ବାଇଟ,, 2,, କଳାକାର

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.