ETV Bharat / city

ଚଳିତ ବର୍ଷ ବନ୍ଦ ରହିବ ରାଧାପାଦ ଦର୍ଶନ

ସାକ୍ଷୀଗୋପାଳ ମନ୍ଦିରରେ ଚଳିତ ବର୍ଷ ବନ୍ଦ ରହିବ ରାଧାପାଦ ଦର୍ଶନ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Nov 20, 2020, 7:50 PM IST

Updated : Nov 20, 2020, 8:04 PM IST

ରାଧାପାଦ ଦର୍ଶନ
ରାଧାପାଦ ଦର୍ଶନ

ପୁରୀ: ଚଳିତ ବର୍ଷ ବନ୍ଦ ରହିବ ରାଧାପାଦ ଦର୍ଶନ । ରାଧାପାଦ ଦର୍ଶନ କରିପାରିବେ ନାହିଁ ଭକ୍ତ । କୋଭିଡ୍‌ କଟକଣା ପାଇଁ ସାକ୍ଷୀଗୋପାଳ ଗୋପିନାଥ ମନ୍ଦିରର ପବିତ୍ର ରାଧାପାଦ ଦର୍ଶନକୁ ଚଳିତ ବର୍ଷ ବନ୍ଦ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଁଳା ନବମୀ(ନଭେମ୍ବର23) ରେ ହେବାକୁ ଥିବା ରାଧାପାଦ ଦର୍ଶନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବନ୍ଦ ରହିବ ରାଧାପାଦ ଦର୍ଶନ

କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କୁ ରାଧାପାଦ ଦର୍ଶନ ପାଇଁ ମନା କରାଯାଇଛି । ମନ୍ଦିର ଚାରିପଡେ 144 ଧାରା ଲଗାଯିବାକୁ ନିଷ୍ପତ୍ତି ହୋଇଛି ।

ଆଜି ପୁରୀ ଜିଲ୍ଲାପାଳ, ଏସପି ଓ ମନ୍ଦିର ସେବାୟତଙ୍କ ମଧ୍ୟରେ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ବିଧି ଅନୁସାରେ ମନ୍ଦିରରେ ଗାଇଡ୍‌ ଲାଇନ ଅନୁସାରେ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ହୋଇଛି ।

ସୂଚନା ଥାଉକି, ପ୍ରତିବର୍ଷ ଅଁଳା ନବମୀରେ ଭକ୍ତମାନେ ରାଧାପାଦ ଦର୍ଶନ କରିଥାନ୍ତି । ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ ଜମିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 20, 2020, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.