ETV Bharat / city

ପୁରୀରେ ହୋମ କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ ନେଇ ମାମଲା

author img

By

Published : May 14, 2020, 1:46 PM IST

ହୋମ କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ ନେଇ ମାମଲା । ପୁରୀ ପୌର ପ୍ରଶାସନ ପକ୍ଷରୁ ହୋମ କ୍ଵାରେଣ୍ଟାଇନ ନିୟମ ଭାଙ୍ଗି ଥିବାରୁ କୋରୋନା ଆକ୍ରାନ୍ତଙ୍କ ବିରୋଧରେ ଏତଲା ଦିଆଯାଇଛି । ଏହି ଏତଲାକୁ ଗ୍ରହଣ କରି ପୋଲିସ ଆକ୍ରାନ୍ତଙ୍କ ବିରୋଧରେ ପୁରୀ ସମୁଦ୍ର କୂଳ ଥାନା ପକ୍ଷରୁ 88/20ରେ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

quarantine-law-violation-a-in-puri-case-file-against-covid19-patient
ପୁରୀରେ ହୋମ କ୍ବାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ ନେଇ ମାମଲା

ପୁରୀ: ହୋମ କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ ନେଇ ମାମଲା । ପୁରୀ ପୌର ପ୍ରଶାସନ ପକ୍ଷରୁ ହୋମ କ୍ଵାରେଣ୍ଟାଇନ ନିୟମ ଭାଙ୍ଗି ଥିବାରୁ କୋରୋନା ଆକ୍ରାନ୍ତଙ୍କ ବିରୋଧରେ ଏତଲା ଦିଆଯାଇଛି । ଏହି ଏତଲାକୁ ଗ୍ରହଣ କରି ପୋଲିସ ଆକ୍ରାନ୍ତଙ୍କ ବିରୋଧରେ ପୁରୀ ସମୁଦ୍ର କୂଳ ଥାନା ପକ୍ଷରୁ 88/20ରେ ମାମଲା ରୁଜୁ କରାଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ହୋଇ ଫେରିବା ପରେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଅନୁଯାୟୀ ପୁରୀ ରେଣୁକା ଲେନର ଆକ୍ରାନ୍ତ ଯୁବକ ଜଣକ ସଙ୍ଗରୋଧରେ ଥାଇ ପୁରୀ ସହର ବୁଲୁଥିଲେ । ସେ ବିଭିନ୍ନ ଏଟିଏମ ସମେତ ମାଛ ମାର୍କେଟ, ମୋଚି ସାହି, ବଡ଼ ଦାଣ୍ଡ ଓ ବଡ଼ ଶଙ୍ଖ ଆଦି ଅଞ୍ଚଳରେ ବୁଲାବୁଲି କରିଛନ୍ତି । ଫଳରେ ଏହି ଆକ୍ରାନ୍ତ ଜଣକ ପୁରୀରେ ସୁପର ସ୍ପ୍ରେଡ଼ର ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ତାଙ୍କର ଏହି ଅମାନିଆ ପାଇଁ ପୁରୀରେ କୋରୋନା ଆକ୍ରାନ୍ତଙ୍କ ସଂଖା ବଢିବାର ଆଶଙ୍କା ରହିଛି । ଗତ ରବିବାର ଦିନ ପୁରୀ ଟାଉନର ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉଭୟ ଆକ୍ରାନ୍ତ ମା ଓ ପୁଅ ପଶ୍ଚିମବଙ୍ଗରୁ ଫେରିଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହି ଘଟଣା ପରେ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କୁ ସରକାରୀ ବ୍ୟବସ୍ଥିତ କ୍ବାରେଣ୍ଟାଇନରେ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି ।

ସେହିଭଳି କ୍ବାରେଣ୍ଟାଇନ ସେଣ୍ଟରରେ ରହି ନେଗେଟିଭ ଆସିଥିବା ବ୍ୟକ୍ତିଙ୍କୁ ହୋମ କ୍ବାରେଣ୍ଟାଇନ ଅନୁମତି ଦିଆଯିବ । ଜିଲ୍ଲାରେ କେହି ବାହାରୁ ଆସିଲେ ପ୍ରଶାସନକୁ ଯୋଗାଯୋଗ କରିବାକୁ ଜିଲ୍ଲାପାଳ କହିଛନ୍ତି । ସରକାର ତାଙ୍କର ଯତ୍ନ ନେବା ପାଇଁ ବହୁତ ଭଲ ବ୍ୟବସ୍ଥା କରିଥିବା ବେଳେ ଏଭଳି ଭୁଲ କଲେ କୋରୋନା କମିବା ପରିବର୍ତ୍ତେ ବଢିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.